କନ୍ୟା ଥିଲା ପ୍ରସ୍ତୁତ, ବରଯାତ୍ରୀ କହିଲେ ମନେ ନାହିଁ ବାହା ତାରିଖ

ବାହାହେବା ତାରିଖ ଭୁଲିଗଲେ ବରଯାତ୍ରୀ । ସେପଟେ କନ୍ୟା ସଜବାଜ ହୋଇ କରିଛି ଅପେକ୍ଷା ।ଏମିତି ଏକ ଘଟଣା ଉତ୍ତରାଖଣ୍ଡର ହଲଦଓ୍ଵାନୀରେ ଦେଖିବାକୁ ମିଳିଛି । ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ।

ସଜବାଜ ହୋଇ ବରଯାତ୍ରୀଙ୍କୁ ଅପେକ୍ଷା କରିଥିଲା ଝିଅ । ଫୋନ କରିବାରୁ ପୁଅର ବାପା କହିଲେ, ଆମେ ବାହାଘର ତାରିଖ ଭୁଲିଯାଇଛୁ । ଏମିତି ଏକ ଘଟଣା ଉତ୍ତରାଖଣ୍ଡର ହଲଦଓ୍ଵାନୀରେ ଦେଖିବାକୁ ମିଳିଛି । ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି ।

ଖବର ମୁତାବକ, ଉତ୍ତରାଖଣ୍ଡର ହଲଦଓ୍ଵାନୀରେ ମାର୍ଚ୍ଚ ୧ ତାରିଖରେ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା । କନ୍ୟା ପକ୍ଷରୁ ସବୁକିଛି ପ୍ରସ୍ତୁତି ସରିଥିଲା । କନ୍ୟା ସଜବାଜ ହୋଇ ବରକୁ ଅପେକ୍ଷା କରି ରହିଥିଲା। ହେଲେ ବରଯାତ୍ରୀ ଅଧିକ ସମୟ ଧରି ନ ଆସିବାରୁ କନ୍ୟାଙ୍କ ଭାଇ ବରଙ୍କ ବାପାଙ୍କୁ କଲ୍‌ କରିଥିଲେ । ଆଉ ଫୋନରେ ବରଙ୍କ ବାପା କହିଥିଲେ, ଆମେ ବାହାଘର ତାରିଖ ଭୁଲି ଯାଇଛୁ । ୧୦ ମାର୍ଚ୍ଚରେ ବରଯାତ୍ରୀ ନେଇ ଆସିବୁ । ଏହା ପୂର୍ବରୁ ସ୍ୱିଟ ଡିଜାୟର କାର ଦେବାକୁ ପଡିବ । ତେବେ ବରପକ୍ଷରୁ ଏମିତି ଉତ୍ତର ମିଳିବା ପରେ କନ୍ୟା ପକ୍ଷ ପୋଲିସରେ ଅଭିଯୋଗ କରିଛନ୍ତି ।

ମାମଲାଟି ହଲଦଓ୍ଵାନୀର ବନଭୁଲପୁରା ଥାନା ଅଞ୍ଚଳରେ ଘଟିଛି । ଦୁଇ ପରିବାର ମଧ୍ୟରେ ନିର୍ବନ୍ଧ ଗତବର୍ଷ ଅଗଷ୍ଟରେ ହୋଇଥିଲା । ନିର୍ବନ୍ଧ ସମୟରେ ୨୦୨୩ ମାର୍ଚ୍ଚ ୧ ତାରିଖରେ ବିବାହ ତାରିଖ ଧାର୍ଯ୍ୟ କରାଯାଇଥିଲା। ବରପକ୍ଷରୁ ୧୫୦ ବରଯାତ୍ରୀ ଆସିବେ ବୋଲି ମଧ୍ୟ କୁହାଯାଇଥିଲା ।

କନ୍ୟାଙ୍କ ଭାଇ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ହଲ୍‌ ମଧ୍ୟ ବୁକ୍‌ କରିଥିଲେ । ବରଯାତ୍ରୀଙ୍କ ଖାଇବା-ପିଇବା ବ୍ୟବସ୍ଥା ମଧ୍ୟ ହୋଇଥିଲା । ସବୁକିଛି ସରିଥିବା ସତ୍ତ୍ୱେ ବର ପକ୍ଷରୁ କାର ନେବା ପାଇଁ କହିଥିଲେ । କିନ୍ତୁ କନ୍ୟା ପକ୍ଷରୁ ଆର୍ଥିକ ସ୍ଥିତି ଭଲ ନ ଥିଲା ଏବଂ କାର ଦେବାକୁ ମନା କରିଦେଇଥିଲେ । ପରେ ସେମାନେ ବାହାଘର କରିବାକୁ ରାଜି ହୋଇଥିଲେ । ହେଲେ ବାହାଘର ଦିନ ବରଯାତ୍ରୀ ନ ଆସିବାରୁ କନ୍ୟାର ଭାଇ ଫୋନ କରିବାକୁ ବରର ବାପା ଅଜବ ଉତ୍ତର ଦେଇଥିଲେ । ଯାହା ଫଳରେ କନ୍ୟା ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.