ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଚୋରାଚାଲାଣ, ପୋଲିସ ଅଧିକାରୀଙ୍କ ସମେତ ତିନି ଜବାନ ଅଟକ

ଗଜପତି(କେ ନ୍ୟୁଜ): ଗଜପତି ଜିଲ୍ଲା ବନବିଭାଗକୁ ମିଳିଛି ଏକ ବଡ ସଫଳତା । ସାଗୁଆନ କାଠ ଚୋରା ଚାଲାଣ ବେଳେ ଦେବଗିରୀ ରେଞ୍ଜ ପକ୍ଷରୁ ଧରପଗଡ। ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଓ ଟ୍ରକ ଜବତ ପରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ତିନି ଜବାନ ଅଟକ। ପାରଳାଖେମୁଣ୍ଡି ସ୍ଥିତ ରିଜବ କଲୋନୀରୁ ଭୁବନେଶ୍ବର ଯାଉଥିଲା କାଠ।

ଟ୍ରକରେ ପୋଲିସ ଲେଖି ନେଉଥିଲେ କାଠ। ତେବେ ଅଟକ ଥିବା ପୋଲିସ ଜବାନ ମାନେ ତୃତୀୟ ବେଟାଲିଅନର ବୋଲି ଜଣାପଡିଛି । ଭରତ ମହାକୁଡ, ୟସବନ୍ତ ଆଚାର୍ଯ୍ୟ, ଚିନ୍ମୟ ବେହେରା ଓ ଡ୍ରାଇଭର ଯୋଗେଶ୍ବର ମହାପାତ୍ର ପ୍ରମୁଖ ଅଟକ ଅଛନ୍ତି । ସେପଟେ ଜବତ କାଠର ମୂଲ୍ୟାଙ୍କନ ସହ ଘଟଣାର ତଦନ୍ତ ଆରମ୍ଭ କରିଛି ବନବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.