ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟଫୋନ୍ ବାରଣ, ପୁରୀ ଏସ୍ପିଙ୍କ ନିର୍ଦ୍ଦେଶ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍ ମନା । ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟଫୋନ୍ ବାରଣ । ଶ୍ରୀମନ୍ଦିରରେ ପ୍ରବେଶ ଓ କାର୍ଯ୍ୟରତ ପୋଲିସ କର୍ମଚାରୀ ସ୍ମାର୍ଟଫୋନ୍ ନେଇପାରିବେନି । କେବଳ ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତକାଳୀନ କର୍ମଚାରୀ ଫୋନ୍ ନେଇପାରିବେ । ସେମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ କର୍ମଚାରୀଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ମାର୍ଟଫୋନ୍ ବାରଣ କରାଯାଇଛି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସ୍ପି କନୱର ବିଶାଲ ସିଂ।