ଚିତ୍ରକୋଣ୍ଡାରେ ଦେଢ଼ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

ମାଲ୍‌କାନଗିରି :  ମାଲ୍‌କାନ୍‌ଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ ଜବତ କରିଛି ଦେଢ଼ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ । ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେବା ପାଇଁ ରହିଥିବା ବେଳେ ଚିତ୍ରକୋଣ୍ଡା ପୋଲିସ ହାତରେ ଲାଗିଥିଲା । ଗଞ୍ଜେଇ ସବୁ ପ୍ରାୟ ୫୭ ଟି ଜରି ବସ୍ତାରେ ପ୍ୟାକିଂ ହୋଇ ରହିଥିଲା ।

ପୋଲିସ ଚଢ଼ାଉ କରି ଗଞ୍ଜେଇ ସହ ଗୋଟିଏ ଓଜନ କରିବା ମେସିନ୍‌, ଡାମ୍ଫଣ, ୨୦ଟି ଟେପ୍‌ ବଣ୍ଡଲ ଓ ପ୍ଲାଷ୍ଟିକ ଦଉଡି ଜବତ କରିଛି । ପୋଲିସ ଏହି ସବୁ ଗଞ୍ଜେଇକୁ ଚିତ୍ରକୋଣ୍ଡା ଥାନାକୁ ଆଣି ଓଜନ କରିବା ପରେ ଏହା ୧୭୧୫ କେଜି ୭୦୦ କିଲୋଗ୍ରାମ ବୋଲି ଜଣାପଡ଼ିଛି । ବଜାର ଦର ଅନୁସାରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଅଧିକ ହେବ ବୋଲି ପୋଲିସ ପ୍ରକାଶ କରିଛି ।

ଚିତ୍ରକୋଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.