ଦୁଇ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ କାବୁ କଲା ବାଲେଶ୍ଵର ପୋଲିସ

ବାଲେଶ୍ଵର : ଘଟଣା ଘଟିବାର ଦୁଇ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତ ଙ୍କୁ କାବୁ କଲା ବାଲେଶ୍ଵର ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ର ଜବତ କରିଛି ପୋଲିସ । ଗତକାଲି ବାଲେଶ୍ଵର ଟାଉନ ଥାନା ଅନ୍ତର୍ଗତ ମାଣି ଖମ୍ବ ଅଞ୍ଚଳର ପୂର୍ବତନ କାଉନସିଲର ଙ୍କ ପୁଅ ସରୋଜ କୁମାର ଲେଙ୍କା ଙ୍କୁ ୨ ଜଣ ଯୁବକ ଛାତିରେ ବନ୍ଧୁକ ଲଗାଇ ଜୀବନ ରେ ହତ୍ୟା କରିଦେବାକୁ ଧମକ ଦେଇଥିଲେ ।

balasore police seized

ପରେ ବାଲେଶ୍ଵର ଟାଉନ ଥାନାରେ ଏନେଇ ଅଭିଯୋଗ  ହୋଇଥିଲା । ପରେ ଘଟଣାଟି ପୂର୍ବ ଶତ୍ରୁତା କୁ ନେଇ ଘଟିଥିବା ଜଣାପଡ଼ିଥିଲା । ତେବେ ଗିରଫ ଦୁଇ ଅଭିଯୁକ୍ତ ଙ୍କ ନିକଟରୁ ୨ ଟି ପିସ୍ତଲ ୨୬ ରାଉଣ୍ଡ ଜୀବନ୍ତ ଗୁଳି ସହ ଖଣ୍ଡା, ଛୁରୀ , ଫାର୍ଶା ,ଦୁଇଟି ଜୀବନ୍ତ ବୋମା , ୧୬ ହଜାର ୫ଶହ ଟଙ୍କା ସହ ୩ ଟି ମୋବାଇଲ ଓ ଗୋଟିଏ କାର କୁ ଜବତ କରିଥିଲା ଟାଉନ ଥାନା ପୋଲିସ ।

ଗତକାଲି ଅପରାହ୍ନରେ ଅଭିଯୁକ୍ତମାନେ ଏଭଳି କାଣ୍ଡ ଘଟାଇ ବାଲେଶ୍ଵର ଯାନୁଗଞ୍ଜ ଅଞ୍ଚଳରେ ଆତ୍ମଗୋପନ କରିଥିବା ବେଳେ ଟାଉନ ଥାନା ପୋଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ତେବେ ଆଜି ଅଧିକ ପଚରା ଉଚୁରା ପରେ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଚନ୍ଦନ ଜେନା ଓ ପ୍ରଦୀପ ମହାପାତ୍ର । ଏମାନଙ୍କ ନାମରେ ବିଭିନ୍ନ ଥାନା ରେ ମାମଲା ରହିଥିବା ବେଳେ ପୂର୍ବରୁ ବହୁଚର୍ଚ୍ଚିତ ପାଗନଈ ଠାରେ ୪ ଜଣଙ୍କୁ ହତ୍ୟାକାଣ୍ଡ ଘଟଣା ରେ ଚନ୍ଦନ ଜେନା ର ସଂପୃକ୍ତି ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.