Below header

କରୋନା ମୁକାବିଲା ପାଇଁ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେବ ଟିକା ଉତ୍ସବ, ଦେଶବାସୀଙ୍କୁ ମୋଦି ଦେଲେ ଆହ୍ଵାନ

କେନ୍ୟୁଜ୍(ବ୍ୟୁରୋ): କରୋନା ମୁକାବିଲା ପାଇଁ ପାଳନ ହେବ ଟିକା ଉତ୍ସବ। ଏପ୍ରିଲ ୧୧ରୁ ୧୪ ତାରିଖ  ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ କରିବାକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୫ବର୍ଷରୁ ଉର୍ଦ୍ଧ୍ୱ ଅଧିକରୁ ଅଧିକ ବ୍ୟକ୍ତିଙ୍କ ହେବ ଟିକାକରଣ। ଦେଶରେ ରେକର୍ଡ କରୋନା ସଂକ୍ରମଣ ବୃଦ୍ଧି ପରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି। ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ବୋଲି ସେ କହିଛନ୍ତି। ବିଶ୍ୱବ୍ୟାପୀ ସମସ୍ତ ଦେଶ ରାତ୍ରିକାଳୀକ କର୍ଫ୍ୟୁକୁ ସ୍ୱୀକାର କରିଛନ୍ତି।

ନାଇଟ କର୍ଫ୍ୟୁକୁ କରୋନା କର୍ଫ୍ୟୁ ଭାବେ ମନେ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ପୂର୍ଣ୍ଣ ଲକ୍‌ଡାଉନର ଆବଶ୍ୟକତା ନାହିଁ। କରୋନା ମୁକାବିଲା ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେଇଛନ୍ତି। କରୋନା ମୁକାବିଲା ପାଇଁ ଆମ ପାଖରେ ସମସ୍ତ ସାଧନ ମହଜୁଦ ଅଛି। ଟିକାକରଣ ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ। ତେବେ କିଛି ଲୋକ ଦାୟିତ୍ୱହୀନ ଭାବେ କରୋନା କଟକଣା ମାନୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଟେଷ୍ଟିଂ ଉପରେ ଜୋର ଦେବାକୁ ପଡ଼ିବ।

namo

ସମସ୍ତ ରାଜ୍ୟରେ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦେଇଛନ୍ତି। କୌଣସି ଉପାୟରେ ପଜିଟିଭ ରେଟ୍‌କୁ ପାଞ୍ଚ ପ୍ରତିଶତକୁ କମାଇବାକୁ ପଡ଼ିବ ବୋଲି ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କରୋନା ସଂକ୍ରମଣରୁ ମୁକୁଳିବା ପାଇଁ ଟେଷ୍ଟିଂକୁ ବଢାଇବାକୁ ପଡ଼ିବ। ୭୦ ପ୍ରତିଶତ ପର୍ଯ୍ୟନ୍ତ ଆରଟିପିସିଆର ଟେଷ୍ଟ ବୃଦ୍ଧି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.