ଲାଇଫ ଜ୍ୟାକେଟ୍‌ ଦାବି କରି ମଝି ଆକାଶରେ ଉଲଗ୍ନ ହେଲେ ଯାତ୍ରୀ

ବେଙ୍ଗାଲୁର : ସାଧାରଣତଃ ଏକ ଲାଇଫ ଜ୍ୟାକେଟ୍‌କୁ ନେଇ ମଝି ଆକାଶରେ ଉଲଗ୍ନ ହେଲେ ଜଣେ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁର ରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ । ଜଣେ ଯାତ୍ରୀ ଲାଇଫ ଜ୍ୟାକେଟ ନମିଳିବାରୁ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିଥିଲେ । ଝଗଡ଼ା ଏତେ ଦୂର ଯାଇଥିଲା ଯେ ଶେଷରେ ଯାତ୍ରୀ ଜଣକ ମଝି ଆକାଶରେ ଉଲଗ୍ନ ହୋଇଯାଇଥିଲେ ।

ଯାତ୍ରୀଙ୍କ ଏଭଳି ବ୍ୟବହାର ଦେଖି କ୍ରୁ ସଦସ୍ୟ ପାଇଲଟଙ୍କୁ ଏବିଷୟରେ ସୂଚନା ଦେଇଥିଲେ। ଏହା ପରେ ପାଇଲଟ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଜରୁରୀକାଳିନ ଅବତରଣ ପାଇଁ ଅନୁମତି ମାଗିଥିଲା । ଉକ୍ତ ଯାତ୍ରୀଙ୍କ ପାଇଁ ପରେ ଦିଲ୍ଲୀ ବିମାନବନ୍ଦରରେ ବିମାନଟି ଅବତରଣ କରିଥିଲା। ଯାତ୍ରୀଙ୍କୁ ବିମାନ ସୁରକ୍ଷା ସିଆଇଏସଏଫ ସହାୟତାରେ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.