Below header

ପୁଣି ଚର୍ଚ୍ଚାକୁ ଆସିଲେ ଶିମିଳିପାଳର ସ୍ନେହଲତା, ବିରଳ ପ୍ରଜାତିର ପେଚା ଧରି ହେଲେ ଭାଇରାଲ

ମୟୁରଭଞ୍ଜ(କେନ୍ୟୁଜ): ଆଜି ଶିମିଳିପାଳରୁ ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି। ଶିମିଳିପାଳ ପାଦଦେଶ ପିଠାବଟା ରେଞ୍ଜ ଅଧିନ ବାଲଢ଼ିଆ ଗ୍ରାମରୁ ଆଜି ସନ୍ଧ୍ୟାରେ ଏହି ପେଚାକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ବାଲିଡିହା ଫରେଷ୍ଟର ସ୍ନେହଲତା ଧଳ ଏହି ପେଚାକୁ ଉଦ୍ଧାର କରିଛନ୍ତି। ପେଚାଟି ଜାଲରେ ଲାଗି ରହିଥିବାର ଦେଖି ସେ ପେଚାକୁ ଉଦ୍ଧାର କରିଛନ୍ତି।

owl

ଆପଣଙ୍କୁ କହିଦେବାକୁ ଚାହୁଁଛୁଯେ ସ୍ନେହଲତା ହେଉଛନ୍ତି ସେହି ମଣିଷ ଯିଏକି କିଛିଦିନ ପୂର୍ବେ ଶିମିଳିପାଳରେ ନିଆଁ ଲାଗିଥିବା ବେଳେ ପ୍ରଥମ ବର୍ଷାକୁ ଦେଖି ଖୁସିରେ ନାଚିଥିଲେ। ପରେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଉ ଏବେ ଏକ ବିରଳ ପେଚାକୁ ଉଦ୍ଧାର କରି ପୁଣି ଚର୍ଚ୍ଚାର ପାତ୍ର ପାଲଟିଛନ୍ତି। ତେବେ ପେଚାଟି ଅସୁସ୍ଥ ଥିବାରୁ ଚିକିତ୍ସା ପରେ କାଲି ତା’କୁ ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି ସ୍ନେହଲତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.