ରାତି ଅଧରେ ମହିଳାଙ୍କ ଘରେ ଥାନା ବାବୁ, ଭିଡିଓ ଭାଇରଲ ପରେ ହେଲେ ଗିରଫ

ତାଳଚେର (କେନ୍ୟୁଜ) : ‘ଦବ ଯଦି ଦିଅ ନହେଲେ ମୁଁ ଯାଉଛି’… ରାତି ୩ ଟାରେ ମହିଳାଙ୍କ ଘରେ ପଶି କିଛି ଏମିତି କହିଲେ ଖାକି ବର୍ଦ୍ଦିରେ ଥିବା ପୋଲିସ ବାବୁ। ରକ୍ଷକ ହୋଇ ଭକ୍ଷକ ସାଜିବା ମହଙ୍ଗା ପଡ଼ିଛି ଜଣେ ପୁଲିସ କର୍ମଚାରୀଙ୍କୁ। ରାତିରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଠିକାଭିତ୍ତିରେ ନିଯୁକ୍ତି ପାଇଥିବା ସବ୍‌ଇନ୍ସପେକ୍ଟରଙ୍କୁ ଗିରଫ କରିଛି ପୋଲିସ । ଗିରଫ ପୋଲିସ କର୍ମଚାରୀ ଜଣଙ୍କ ହେଉଛନ୍ତି ନୀଳମଣି ମହାନ୍ତି ।

ସୂଚନା ଅନୁଯାୟୀ ଶ୍ରୀ ମହାନ୍ତି ସେନା ବାହିନୀରୁ ଅବସର ନେବା ପରେ ପୁଲିସ ବିଭାଗରେ ଠିକା ନିଯୁକ୍ତି ପାଇଥିଲେ । ସବ୍‌ଇନିସପେକ୍ଟର ଭାବରେ ବଅଁରପାଳ ଥାନାରେ ନିଯୁକ୍ତି ପାଇଥିବା ବେଳେ ତାଙ୍କୁ ହାଇୱେ ପାଟ୍ରୋଲିଂ ଦାୟିିତ୍ୱ ଦିଆଯାଇଥିଲା । ବୁଧବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ପାଟ୍ରୋଲିଂରେ ଥିବା ପୋଲିସ ବାବୁ ଜଣଙ୍କ ତାଳଚେର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶିଥିଲେ । କବାଟ ବାଡ଼େଇ ମହିଳାଙ୍କୁ ଉଠାଇବା ସହ ଘରେ ପଶି ମହିଳାଙ୍କୁ କହିଲେ କହିଲେ “ଦବ ଯଦି… ରହିବି” ଶୁଣିକି ଆସିଛି… ନହେଲେ ଚାଲିଯିବି…ପାଟି କରନି, କାହାକୁ ସୁଭିଯିବ।

ତେବେ ଏହି ଘଟଣାକୁ ମୋବାଇଲରେ ରେକର୍ଡ କରିଥିଲେ ମହିଳା। ଯେଉଁଥିରେ ସେ ଜଣେ ମହିଳାଙ୍କ ଘରକୁ ରାତିରେ ଯିବା ସହ ଅଶ୍ଳୀଳ କଥା କହିବା ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ମହିଳା ପୋଲିସ ବାବୁଙ୍କ ନାଁରେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କରିବା ପରେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରିବା ସହ ଗିରଫ କରା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.