ଏବେ ଘରେ ବସି ଜାଣିପାରିବେ ଆପଣଙ୍କ ଆଧାର କାର୍ଡ ସହିତ କେତୋଟି SIM CARD ଜାରି ହୋଇଛି, ଜାଣନ୍ତୁ ଏହାର ଉପାୟ

ଆପଣ ଜାଣନ୍ତି କି ବର୍ତ୍ତମାନ ଆପଣଙ୍କର ଆଧାର କାର୍ଡରେ ପଞ୍ଜିକୃତ ସମସ୍ତ ମୋବାଇଲ୍ ନମ୍ବର ଯାଞ୍ଚ କରିପାରିବେ? ଆପଣବି ଟେଲିକମ୍ ବିଭାଗର ନୂତନ ୱେବସାଇଟ୍ (DOT) ରୁ ଆପଣ ଏହି ଫୋନ୍ ନମ୍ବର ଗୁଡ଼ିକୁ ଯାଞ୍ଚ କରିପାରିବେ । ଡିଓଟି ନିକଟରେ ଏକ ପୋର୍ଟାଲ୍ ଲଞ୍ଚ କରିଛି । ଯାହାର ନାମ ହେଉଛି ଟେଲିକମ୍ ଆନାଲିଟିକ୍ସ ଫର୍ ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କନଞ୍ଜ୍ୟମୁର୍ ପ୍ରୋଟେକ୍ସନ୍ (TAFCOP) । ଏହି ପୋର୍ଟାଲ୍ ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର ଆଧାର ନମ୍ବର ସହିତ ଲିଙ୍କ୍ ହୋଇଥିବା ସମସ୍ତ ଫୋନ୍ ନମ୍ବର ଯାଞ୍ଚ କରିପାରିବେ । ଏହା ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପୋର୍ଟାଲ ।

TAFCOPର କହିବାକୁ ମୁତାବକ, ଏହି ୱେବସାଇଟ୍ ଜରିଆରେ ଆପଣ ମାନେ ଖୁବ୍ ସହଜରେ ଯାଞ୍ଚ କରିପାରିବେ ଯେ, ଆପଣଙ୍କ ଆଧାର କାର୍ଡ ନମ୍ବରରେ କେତୋଟି ଫୋନ୍ ନମ୍ବର ଜାରି ହୋଇଛି । ଆଉ ଯଦି ଆପଣଙ୍କ ବିନା ଅନୁମତିରେ ଆଧାର କାର୍ଡ ନମ୍ବରରେ କୌଣସି ଫୋନ୍ ନମ୍ବର ଲିଙ୍କ୍ ତାହେଲେ ଏନେଇ ଅଭିଯୋଗ ବି କରିପାରିବେ । ଏହାଛଡ଼ା ଆପଣଙ୍କ ପୁରୁଣା ତଥା ବ୍ୟବହାର କରୁନଥିବା ନମ୍ବରକୁ ଆଧାରରୁ ଅଲଗା ବି କରିପାରିବେ । ଆପଣ ଜାଣିଥାନ୍ତୁ ଯେ, ଏହି ସୁବିଧା ବର୍ତ୍ତମାନ ପାଇଁ କେବଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ୟୁଜର୍ ମାନଙ୍କ ପାଇଁ ଉପଲବ୍ଧ ହେଉଛି । ଆଗକୁ ଏହା ସାରା ଦେଶର ଲୋକ ମାନଙ୍କ ପାଈଁ ଲାଗୁ ହୋଇଯିବ ।

ଜାଣନ୍ତୁ କିପରି କରିବେ ଫୋନ୍ ନମ୍ବର ଯାଞ୍ଚ:

୧. ଆଧାର ସହିତ ଲିଙ୍କ୍ ହୋଇଥିବା ନମ୍ବର ଗୁଡ଼ିକୁ ଜାଣିବା ପାଇଁ ପ୍ରଥମେ https://tafcop.dgtelecom.gov.in/ କୁ ଯିବାକୁ ହେବ ।
୨. ଏଠାରେ ନିଜର ଫୋନ୍ ନମ୍ବର ଦିଅନ୍ତୁ ।
୩. ଏହା ପରେ ରିକ୍ୱେଷ୍ଟ ଓଟିପି ଉପରେ କ୍ଲିକ୍ କରିବାକୁ ହେବ । ଓଟିପି ଯିବା ପରେ ତାକୁ ଏଠାରେ ଦିଅନ୍ତୁ ।
୪. ଏହାପରେ ଆପଣଙ୍କ ଆଧାର ସହିତ ଜଡ଼ିତ ଥିବା ସବୁ ନମ୍ବର ଦେଖିପାରିବେ । ଏଠାରେ ୟୁଜର ମାନେ ବ୍ୟବହାର କରୁନଥିବା ନମ୍ବର ଗୁଡ଼ିକୁ ବ୍ଲକ୍ ବି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.