ବାଙ୍କୀ କିଆପଲା ପଞ୍ଚାୟତ ନୂଆଗାଁରେ ରାଜନୈତିକ ଗଣ୍ଡଗୋଳ, ପରାଜିତ ମହିଳା ସରପଞ୍ଚ ପ୍ରାର୍ଥୀନୀଙ୍କୁ ଆକ୍ରମଣ ଅଭିଯୋଗ

ବାଙ୍କୀ(କେନ୍ୟୁଜ୍): ବାଙ୍କୀ ଥାନା କିଆପଲା ପଞ୍ଚାୟତର ନୂଆଗାଁରେ ରାଜନୈତିକ ଗଣ୍ଡଗୋଳ । ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ପଞ୍ଚାୟତର ନୂଆଗାଁ ଗାଁରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଲାଗି ରହିଥିବା ରାଜନୈତିକ ବିବାଦ ଏବେ ଉଗ୍ରରୂପ ନେଇଛି। ଗତ ନିର୍ବାଚନରେ ମହିଳା ସରପଞ୍ଚ ପ୍ରାର୍ଥୀନୀ ଯିଏକି ପରାଜିତ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଥିଲେ। ଗତ ରାତିରେ କେତେକ ବ୍ୟକ୍ତି ସରପଞ୍ଚ ପ୍ରାର୍ଥୀନୀଙ୍କ ଘର ନିକଟକୁ ଆସି ବିଭିନ୍ନ ପ୍ରକାର ଭାଷାରେ ଗାଳି ଗୁଲଜ କରିବା ମାଡ଼ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ଭୟଭୀତ ଅବସ୍ଥାରେ ବାଙ୍କୀ ଥାନାରେ ସରପଞ୍ଚ ପ୍ରାର୍ଥୀନୀ ଅଭିଯୋଗ କରିଥିଲେ। ଫେରିବା ପରେ ଆଜି ସକାଳୁ ତାଙ୍କ ଘର ନିକଟକୁ ପୁଣି ପ୍ରାୟ ୨୫ ଜଣ  ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ଏକତ୍ରିତ ଆସି ମାରଣାସ୍ତ୍ର ଧରି ମହିଳା ସରପଞ୍ଚ ପ୍ରାର୍ଥୀନୀଙ୍କୁ ଗାଳିଗୁଲଜ କରି ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ତାଙ୍କ ସ୍ୱାମୀ ଓ ପରିବାର ଲୋକେ ପ୍ରତିରୋଧ କରିବାରୁ ତାଙ୍କୁ ଓ ପରିବାର ସମ୍ପର୍କୀୟଙ୍କୁ ମଧ୍ୟ ଅତର୍କିତ ଭାବେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସଙ୍ଗେ ସଙ୍ଗେ ବାଙ୍କୀ ଡାକ୍ତରଖାନାକୁ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା। ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆକ୍ରମଣ ସମ୍ପର୍କରେ ବାଙ୍କୀ ଥାନାରେ ଏତଲା ଦାୟର ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.