ଛାଡପତ୍ରର ନିୟମ କଣ ? ଅଲଗା ହେବାକୁ ଆଇନଗତ ପ୍ରକ୍ରିୟା କଣ ?

ଛାଡପତ୍ର । ଏକ ଏଭଳି ଶବ୍ଦ ଯାହା ଫାଟକ ଭଳି । ଆଇନଗତ ପ୍ରକ୍ରିୟାର ନାମ । ଯାହାକୁ ଆମ ସମାଜରେ ଭଲ ଆଖିରେ ଦେଖାଯାଏ ନାହିଁ । କିନ୍ତୁ ଏହା ଏବେ ଯେମିତି ସାଧାରଣ । ଆଉ ବର୍ତ୍ତମାନ ସମାଜରେ ମତାନ୍ତର ମନାନ୍ତର, ମତଭେଦ, ପ୍ରତିଦିନିଆ ଝଗଡାରୁ ଚିଡି ସାରିଥିବା ପୁରୁଷ ଓ ମହିଳାଙ୍କୁ ଛାଡପତ୍ର ହିଁ ଏକମାତ୍ର ବିକଳ୍ପ ହୋଇଥାଏ । ଶେଷରେ ମାମଲା କୋର୍ଟ ଯାଏଁ ପହଞ୍ଚେ । ଆଉ କୋର୍ଟ ଦୁଇ ପକ୍ଷର ଶୁଣିବା ପରେ ନିଷ୍ପତ୍ତି ଶୁଣାଇଥାନ୍ତି । ଏହି ପ୍ରକ୍ରିୟା ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ ପୁରୁଷ ଓ ମହିଳାଙ୍ଗ ମଧ୍ୟରେ ସହମତି । ଯଦି ଦୁହେଁ ଛାଡପତ୍ର ପାଇଁ ସହମତ ତେବେ ଏହି ପ୍ରକ୍ରିୟା ସହଜରେ ଓ ଶୀଘ୍ର ଶେଷ ହୋଇଥାଏ । ଯଦି ସହମତ ନଥିବେ ତେବେ ମାମଲା ବହୁ ଲମ୍ବା ଟାଣିହୁଏ ।

କିନ୍ତୁ ଏହା ନୁହେଁ କି ଦମ୍ପତ୍ତି ଛାଡପତ୍ର ପାଇଁ ଇଚ୍ଛୁକ ଥିବେ ଆଉ କୋର୍ଟ ତୁରନ୍ତ ନିଷ୍ଟତ୍ତି ଶୁଣେଇଦେବେ । ଏଥିପାଇଁ ମଧ୍ୟ ଏକ ପ୍ରକ୍ରିୟା ରହିଥାଏ ଯାହା ବାଟ ଦେଇ ଯିବାକୁ ପଡେ । ହିନ୍ଦୁ ବିବାହ ଅଦିନିୟମ ଧାରା ୧୩ଅନୁସାରେ ଏହାର ସବୁଠୁ ଜରୁରୀ ସର୍ତ୍ତ ଏହା ଅଟେ କି ପିଟିସନ ଦାଖଲ କରିବା ପୂର୍ବରୁ ପତି ପତ୍ନୀ ପୁରା ଏକ ବର୍ଷ ଯାଏଁ ଅଲଗା ରହିଥିବେ । ଜାଣିବା ସହଜରେ ଛାଡପତ୍ର ହେବାର ସହଜ ପ୍ରକ୍ରିୟା ।

ହିନ୍ଦୁ ମ୍ୟାରେଜ ଆକ୍ଟରେ ବିବାହ ଛଡା ଛାଡପତ୍ରର ବି ପ୍ରାବଧାନ ରହିଛି । ବର୍ଷ ୧୯୭୬ ଯାଏଁ ଏଥିରେ ଆପୋଷ ସହମତିରେ ଛାଡପତ୍ରର ବ୍ୟବସ୍ଥା ନଥିଲା । କିନ୍ତୁ ଏହାକୁ ଆବଶ୍ୟକତା ଭାବି ୧୯୭୬ରେ ଏକ ସଂଶୋଧନ କରାଗଲା । ଏହି ଆକ୍ଟର ଧାରା ୧୩ରେ ସବସେକ୍ସନ ଯୋଡି ସହମତିରେ ଛାଡପତ୍ରର ବ୍ୟବସ୍ଥା କରାଗଲା । ଧାରା ୧୩ବି ରେ ନିଜ ସହମତିରେ ଅଲଗା ହେବା ପାଇଁ ସବୁଠୁ ଅନିର୍ବାର୍ଯ୍ୟ ସର୍ତ୍ତ କଥା ଉଠାଯାଇଛି । ସର୍ତ୍ତ ଏହା କି ଯେବେ ଦୁଇ ପାର୍ଟନରଙ୍କୁ ସାଙ୍ଗରେ ରହିବା ଅସମ୍ଭବ ଲାଗେ ତେବେ ୧ବର୍ଷ ଅବା କିମ୍ବା ଏହାଠୁ ଅଧିକ ସମୟ ଯାଏଁ ଦୂରରେ ରହିବା ପରେ ଛାଡପତ୍ର ପାଇଁ ଆବେଦନ କରିପାରିବେ ।

ନିୟମ ଯାହା ରହିଛି କି ଦମ୍ପତ୍ତି ୧ବର୍ଷ ଅଥବା ତାଠୁ ବି ଅଧିକ ସମୟ ଅଲଗା ଅଲଗା ରହିଥିବେ । ଦୁହିଁଙ୍କର ଏକାସହ ରହିବାର ସହମତି ନଥିବ ।

ଯଦି ଦୁହିଁଙ୍କ ମଧ୍ୟରେ ପରିସ୍ଥିତି ସୁଧୁରିବାର କୌଣସି ବି ପରିସ୍ଥିତି ନାହିଁ ତେବେ ସେମାନେ ଛାଡପତ୍ର ଫାଇଲ କରିପାରିବେ ।

ଦୁଇପକ୍ଷରେ ଛାଡପତ୍ରର ପ୍ରଥମ ଭାଗ ପରେ କୋର୍ଟଙ୍କ ପକ୍ଷରୁ ୬ମାସର ସମୟ ଦିଆଯାଇଥାଏ । ଏହି ସମୟରେ କେଉଁ ବି ପକ୍ଷ ଅର୍ଜି ଫେରାଇ ନେଇପାରିବେ ।

ନିୟମ ଅନୁସାରେ ଏହି ୬ମାସର ଅବଧିକୁ ବି କମ କରିବାକୁ ଆବେଦନ କରାଯାଇପାରିବ । ଯାଞ୍ଚ ପରେ କୋର୍ଟ ଏହି ଅବଧିକୁ କମ କରିପାରନ୍ତି ।

ଅର୍ଜି ପାଇଁ କିଛି ଜରୁରୀ କାଗଜପତ୍ର କଣ । ବିବାହ ପ୍ରମାଣ ପତ୍ର, ଦୁହିଙ୍କ ରହିବା ଠିକଣା, ଦୁହିଁଙ୍କ ପରିବାର ବିଷୟରେ ସୂଚନା, ବିବାହ ଫଟୋ, ପୂର୍ବ ତିନି ବର୍ଷର ଇନକମ ଟ୍ୟାକ୍ସ ଷ୍ଟେଟମେଣ୍ଟ, ଆୟର ବିବରଣୀ, ସମ୍ପତ୍ତିର ମାଲିକାନା ଓ ବିବରଣୀ, ଏକ ବର୍ଷ ଅଲଗା ରହିବାର ପ୍ରମାଣ ।

ସର୍ବପ୍ରଥମେ ଦୁଇପକ୍ଷରୁ ଫ୍ୟାମିଲି କୋର୍ଟରେ ଇସ୍ତାହାର କରାଯାଇଥାଏ । ଏକ ସଂୟୁକ୍ତ ଯାଚିକା ଦାୟର କରାଯାଏ । ଏଥିରେ ଦୁଇ ପାର୍ଟନରଙ୍କର ଏକ ସଂୟୁକ୍ତ ବୟାନ ରହିଥାଏ । କି ଦୁହେଁ ସାଙ୍ଗରେ ଆଉ ରହିଗପାରିବେନାହିଁ ଓ ଛାଡପତ୍ର ଚାହାନ୍ତି । ଏହି ବୟାନରେ ସଂମ୍ପତ୍ତିର ଭାଗ ଓ ପିଲା କଷ୍ଟଡି ବିଷୟରେ ମଧ୍ୟ ଆପୋଷ ସମଝୋତା ସାମିଲ ହୋଇଥାଏ ।

ବୟାନ ପରେ ନ୍ୟାୟଳୟ ସାମନାରେ ପେପର ଉପରେ ଇସ୍ତାହାର କରାଯାଇଥାଏ । ଏହାପରେ ଦୁଇ ପକ୍ଷଙ୍କୁ ସମାଧାନ କରିବା ଓ ନିଷ୍ପତ୍ତି ବଦଳାଇବା ପାଇଁ ସମୟ ଦିଆୟାଏ । ଏହି ୬ମାସରେ ଯଦି ଦୁଇ ପକ୍ଷଙ୍କ ଭିତରେ ସହମତି ନବନେ, ତେବେ ଶେଷ ଶୁଣାଣୀ ପାଇଁ ଦୁହେଁ ଉପସ୍ଥିତ ହୋଇଥାନ୍ତି ।

ପ୍ରଥମ ୟାଚିକା ଦେବାର ୧୮ମାସ ଭିତରେ ଦ୍ୱିତୀୟ ୟାଚିକା ଦେବାକୁ ପଡିଥାଏ । ୧୮ମାସ ଭିତରେ ଦ୍ୱିତୀୟ ପ୍ରସ୍ତାବ ନଆଣିବା ଦ୍ୱାରା ଅଦାଲତ ଛାଡପତ୍ର ଆଦେଶ ପାରିତ କରିପାରିବେ ନାହିଁ । ୧୮ମାସ ହେବା ପରେ ପୁଣିଥରେ ପ୍ରଥମ ୟାଚିକା ଦେବାକୁ ହୁଏ । ଯଦି ଦ୍ୱିତୀୟ ଯାଚିକା ଭିତରେ ଗୋଟିଏ ପକ୍ଷ ଅର୍ଜି ଫେରାଇନିଏ । ତେବେ ତା ଉପରେ ଜୋରିମାନା ଲଗାଯାଇଥାଏ ।

ଛାଡପତ୍ରର ଆଦେଶ ପାରିତ ହେବା ପୂର୍ବରୁ କେହି ବି ନିଜ ସହମତି ବଦଳାଇପାରେ । ଏଭଳି ମାମଲାରେ ଯଦି ପତି ପତ୍ନୀ ଭିତରେ କୌଣସି ଭଲ ସମ୍ବନ୍ଧ ନଥିବ ଅଥବା ଅଦାଲତ ଭଲଭାବରେ ସନ୍ତୁଷ୍ଟ ହେବେ ନାହିଁ ତେବେ ଛାଡପତ୍ରର ଆଦେଶ ପାରିତ ହେବ ନାହିଁ ।

ଦୁଇପକ୍ଷର ପ୍ରତିଟି କଥାର ଯାଞ୍ଚ କରିବା ପରେ ଓ ଯଦି ଏହା କୋର୍ଟଙ୍କୁ ଠିକ ଅନୁଭବ ହୁଏ ତେବେ ଛାଡପତ୍ରର ଆଦେଶ ଦିଆଯାଇଥାଏ ।

ଆପୋଷ ମହମତିରେ ନିଆଯାଇଥିବା ଛାଡପତ୍ରରେ ପତି ଓ ପତ୍ନୀ ଦୁଇପକ୍ଷର ପିଲାଙ୍କ ସଂରକ୍ଷଣର ମୁଦ୍ଦାକୁ ନିଜ ଭିତରେ ସମାଧାନ କରିବାର ଜରୁରୀ ହୋଇଥାଏ । ଏଭଳି ସ୍ଥିତିରେ ମାତା ପିତା ଭିତରେ କୌଣସି ଜଣଙ୍କ ପାଖରେ ପିଲାକୁ ରଖିବାର ଜରୁରୀ ହୋଇଥାଏ । ଯଦି ଦୁଇ ପିଲା ଥିବେ ତେବେ ମା ଓ ବାପା ଆପୋଷ ଭାବେ ସମାଧାନ କରିପାରନ୍ତି । ଏଥିରେ ଯଦି ପିଲାଙ୍କ ମର୍ଜି ସାମିଲ ଥିବ ତେବେ ଭଲ ଅଟେ । ସହମତି ନହେବା ଫଳରେ ବାରମ୍ବାର କୋର୍ଟ ଯିବାକୁ ପଡିଥାଏ ଓ ତାହା ବହୁତ ଲମ୍ବା ହୋଇଥାଏ ।

ସେମିତି ପ୍ରପର୍ଟି ମାମଲା ମଧ୍ୟ ନିଜ ଭିତରେ ଆପୋଷ ବୁଝାମଣାରେ ସମାଧାନ କରିବାକୁ ପଡିଥାଏ । ଯଦି ପତ୍ନୀ ୱାର୍କିଙ୍ଗ ୱିମେନ ନହୋଇଥିବେ ଓ ପତି ଉପରେ ନିର୍ଭରଶୀଳ ଥିବେ ତେବେ ତାଙ୍କୁ ଆପୋଷ ସମଝୋତାରେ ଗୁଜାରା ଭତ୍ତ୍‌ା ଦେବାକୁ ପଡିଥାଏ । ନଚେତ ଏହି ନିଷ୍ପତ୍ତି ପାଇଁ ଆଇନର ସାହାଯ୍ୟ ନିଆଯାଇପାରେ ।

ସୂଚନା ହିସାବରେ ପ୍ରଥମ ପତି ପତ୍ନୀ ଅଲଗା ହେବା ପରେ ହିଁ ଅର୍ଥାତ ଡିଭର୍ସ ପରେ ହିଁ ଦ୍ୱିତୀୟ ବିବାହ କରିପାରିବେ । କହିରଖୁଛୁ କି ପ୍ରଥମ ସ୍ତ୍ରୀଙ୍କ ଠାରୁ ଅବା ସ୍ୱାମୀଙ୍କ ଠାରୁ ଛାଡପତ୍ର ନନେଇ ପୁଣି ବିବାହ କଲେ କିମ୍ବା ଜଣାପଡିଲେ ବ୍ୟକ୍ତିଙ୍କୁ ଦୋଷୀ ବୋଲି ଧରିିନିଆଯାଏ । ଆଇପିସିର ଧାରା ୪୯୪ଆଧାରରେ ଏଭଲି ବ୍ୟକ୍ତି ପାଇଁ ଦଣ୍ଡର ପ୍ରାବଧାନ ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.