Below header

କପଡା କଥା ବି ଶୁଣିବ ଆଉ ସିଗନାଲ ବି ଦେବ, ତେଣୁ ଏବେ ଆପଣଙ୍କ ବୋଲତି ବନ୍ଦ

କୁହାଯାଏ କାନ୍ଥ ବାଡର ବି କାନ ଅଛି । ତେଣୁ କିଛି କହିବା ପୂର୍ବରୁ ଭାବିବା ଉଚିତ । ହେଲେ ଏଭଳି କଥ ।ଆମେ ଆପଣଙ୍କୁ କହିବୁ ଯାହା ଶୁଣିଲେ ଆପଣ କାହା ସହ କଥା ହେବା ହିଁ ବନ୍ଦ କରିଦେବେ । ମାନେ କୌଣସି ସିକ୍ରେଟ ତ କେବେ ବି ମୁହଁକୁ ଆଣିବେନି । ଯାହା ମୁଣ୍ଡରେ ଧରିରଖିବେ । ଜାଣନ୍ତି ଆପଣ ପିନ୍ଧୁଥିବା କପଡା ବି ଆପଣଙ୍କ କଥା ଶୁଣିପାରେ । ଏକଥା ଶୁଣି ଆପଣ କହିବେ ବେକାର କଥା ଅଥବା ଫାଲ୍‌ତୁ କଥା ଯାହା ଆଜିକାଲିର ଚିଡିବା ଶବ୍ଦ । କିନ୍ତୁ ଏ କଥା ସତ ।

ଆମେରୀକାର ମିଟ ର ବୈଜ୍ଞାନିକମାନେ ଏଭଳି ସ୍ମାର୍ଟ କପଡା ପ୍ରସ୍ତୁତ କରିଛନ୍ତି ଯାହା ଶବ୍ଦକୁ ଜାଣିନେଉଛି । ଏହି ସ୍ମାର୍ଟ କପଡା ମାଇକ ଓ ସ୍ପିକର ଦୁଇ ପଟରୁ କାମ କରେ । ଖାସ ଭାବେ ବନାଯାଇଥିବା କପଡା ମେଟେରିଆଲ୍ସ ଇଲେକ୍ଟ୍ରିକ ସିଗନାଲ ରିଲିଜ କରିଥାଏ । ଏହା ଦ୍ୱାରା ଜଣାପଡିଥାଏ କି ମଣିଷର ହାର୍ଟବିଟ କିଭଳି ଚାଲୁଛି । ଏହାକୁ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନଙ୍କର କହିବା କଥା କି ଏହା ଶାନ୍ତି ଓ ଭିଡକୁ ଜାଣିପାରେ ।

ମିଟ ଅନୁସାରେ ସବୁ କପଡା ଆୱାଜ ଆଡକୁ ଏକ ଭାଇବ୍ରେସନ ସୃଷ୍ଟି କରେ । ଏହାକୁ ନାନୋମିଟର ସ୍କେଲରେ ମପାଯାଇପାରେ । ବୈଜ୍ଞାନିକମାନେ ଏହି ଭାଇବ୍ରେସନକୁ ରେକର୍ଡ କରିବାର କାମ କରିଛନ୍ତି । ଏଥିପାଇଁ ଏକ ଫ୍ଲେକ୍ସିବଲ ଫାଇବର ତିଆରି କରାଯାଇଛି । ଏହାକୁ ତିଆରି କରିବା ପାଇଁ ଖାସ ପ୍ରକାର ପାଇଜୋ ଇଲେକ୍ଟ୍ରିକ ମଟେରିଆଲର ବ୍ୟବହାର କରାଯାଇଛି । ଏହା ଇଲେକ୍ଟ୍ରିକାଲ ସିଗନାଲର ନିର୍ମାଣ କରିଥାଏ । ଯେବେ ବି ଏହି କପଡା ମୋଡି ହୁଏ ଅଥବା ଏହାର ସଂରଚନା ବଦଳିଥାଏ ତେବେ ସାଉଣ୍ଡ ଭାଇବ୍ରେସନ ଇଲେକ୍ଟ୍ରିକାଲ ସିଗନାଲରେ ବଦଳିଯାଏ । ଏଥିରୁ ବୈଜ୍ଞାନିକ ମାନେ ଶବ୍ଦକୁ ଜାଣିପାରନ୍ତି । ଏହି ଫ୍ୟାବ୍ରିକ ଏକ ଡିଭାଇସ ଓ ସ୍ପିକରରେ ଯୋଡାଯାଇଛି । ଯେଉଁଥିରୁ ସୂଚନା ମିଳିଥାଏ ।

ଅନୁସନ୍ଧାନକାରୀଙ୍କ କହିବା କଥା ଏହି ସ୍ମାର୍ଟ କପଡା ଲାଇବ୍ରେରୀର ଶାନ୍ତି ଠାରୁ ରୋଡର ଭିଡ ଯାଏଁ ମଧ୍ୟ ଶୁଣିପାରେ । ଏତିକି ନୁହେଁ ଏହି କପଡା ଏହା ମଧ୍ୟ ଜଣାଇଦିଏ କି ଶବ୍ଦ କେଉଁ ଆଡୁ ଆସୁଛି । ଫାଇବରରୁ ପ୍ରସ୍ତୁତ ଏହି ସର୍ଟ ଯାହାକୁ ବି ପିନ୍ଧାଇବା ତେବେ ତାର ହାର୍ଟବିଟ ମଧ୍ୟ କାଉଣ୍ଟ ହୋଇଥାଏ । ଏହାକୁ ପ୍ରୟୋଗ ପରେ ବୁଝାଯାଇଥିଲା ।

ଅନ୍ୟ ଏକ ରିସର୍ଚ୍ଚ କହୁଛି କି ଏହାକୁ ବୁଝିବା ପାଇଁ ଲେନିନ ସର୍ଟରେ ଏହି ଫାବ୍ରିକର ବ୍ୟବହାର କରାଗଲା । ଏହି ସର୍ଟରେ ଖାସ ପ୍ରକାର ଫାଇବରକୁ ବୁଣାଯାଇଛି । ପରେ ଏହା ଜଣଙ୍କୁ ପିନ୍ଧାଇବା ଦ୍ୱାରା ହାର୍ଟବିଟକୁ ବୁଝାଗଲା । ଅନୁସନ୍ଧାନକାରୀଙ୍କ କହିବା କଥା କି ଏହା ସାହାୟ୍ୟରେ ମଣିଷର ହାର୍ଟରେଟ ମନିଟର କରାଯାଇପାରିବା ସହ ହାର୍ଟ ବଲବର ବନ୍ଦ ହେବାର ଶବ୍ଦ ବି ଶୁଣାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.