Below header

ନିଦ ନହେଉଥିଲେ ଭୋଗିବେ ଡିମେନ୍ସିଆ, କେଉଁ ବୟସର ବ୍ୟକ୍ତି କେତେ ନିଦ୍ରା ଯିବା ଉଚିତ ଜାଣନ୍ତୁ ….

ବ୍ରିଟେନର କେମ୍ବ୍ରିଜ ୟୁନିଭରସିଟିରେ ନିଦକୁ ନେଇ ହେଉଥିବା ରିସର୍ଚ୍ଚରେ ସହଯୋଗୀ ଥିବା ପ୍ରଫେସର ବାରବରା ସହାକିୟାନଙ୍କ ଅନୁସାରେ ଭଲ ନିଦ ଜୀବନରେ ନିହାତି ଆବଶ୍ୟକ । ଖାସ କରି ବୟସ ବଢିଲେ ଏହା ଉପରେ ବେଶୀ ଧ୍ୟାନ ଦେବା ଉଚିତ । ଏହି ରିସର୍ଚ୍ଚରେ ଏହା ମଧ୍ୟ ସାମନାକୁ ଆସିଛି କି ୩୮ବର୍ଷରୁ ୭୩ବର୍ଷ ଯାଏଁ ଲୋକେ ଯଦି ଏକା ସହ ସାତ ଘଣ୍ଟାର ନିଦ ପୁରା କରୁଛନ୍ତି ତେବେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଅଟେ । ଯାହା ଫଳରେ ମାନସିକ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥାଏ । ଭାବିବା, ଚିନ୍ତା କରିବା କଥା ହେବା ଓ ବିଶେଷ ଭାବେ ମନେ ରଖିବା ପରି କ୍ଷମତା ବଢିଥାଏ । ତେଣୁ ଜାଣିବା ଲୋକମାନେ କେତେ ଘଣ୍ଟା ଶୋଇବା ଉଚିତ ବୟସ ଅନୁପାତରେ ।

ପ୍ରଫେସର ବାରବାରଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତି ଗଭୀର ନିଦରେ ଅଛନ୍ତି ଆଉ ହଠାତ ନିଦ ଭାଙ୍ଗିଥାଏ ତେବେ ତାର ମେମୋରୀ ଉପରେ ବହୁତ ହି ପ୍ରଭାବ ପଡିଥାଏ । ଏଥିରୁ ଏମିଲଏଡ ନାମର ପ୍ରୋଟିନ ତିଆରି ହୁଏ । ଯଦି ଠିକରେ କାମ ନକରେ ତେବେ ଗର୍ତ୍ତ ତିଆରି କରିପାରେ । ଯଦି ଏହା ଅଧିକ ଦିନ ପର୍ଯ୍ୟନ୍ତ ହୁଏ ତେବେ ଏହା ଡିମେନ୍ସିଆ ହୋଇଥାଏ ।

ହେଲ୍ଥ ୱେବସାଇଟର ଏକ ରିପୋର୍ଟ ହିସାବରେ ପୁରୁଷ ତୁଳନାରେ ମହିଳାଙ୍କ ପାଇଁ ନିଦ ଅଧିକ ଜରୁରୀ । ଯଦି ଏହା ନହୁଏ ତେବେ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ପ୍ରକୃତରେ ନ୍ୟାସନାଲ ସ୍ଲିପ ଫାଉଣ୍ଡେସନ ଭଲି ନିଦ ବିଶେଷଜ୍ଞଙ୍କ କଥା ଅନୁସାରେ ଅଧିକ ମାନସିକ ଶକ୍ତି ବ୍ୟବହାର କରିବା ଫଳରେ ଅଧିକ ନିଦର ଆବଶ୍ୟକତା ହୋଇଥାଏ । ଏବଂ ମହିଳା ନିଜ ମାନସିକ ଉର୍ଜାର ବ୍ୟବହାର ଅଧିକ କରିଥାନ୍ତି ।

ବ୍ରିଟେନର କେମ୍ବ୍ରିଜ ଯୁନିଭରସିଟିରେ ନିଦକୁ ନେଇ ହୋଇଥିବା ରିସର୍ଚ୍ଚରେ ଦୁନିଆର ୫ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି । ଏଥିରେ ଜଣାପଡିଥିଲା କି ଯେଉଁ ଲୋକ କମ ନିଦ ନେଇଥାନ୍ତି ସେମାନଙ୍କୁ ମେମୋରୀ ସହ ଯୋଡା ସମସ୍ୟା ହୋଇଥାଏ । ଏହି ଲୋକମାନଙ୍କୁ କିଛି ପ୍ରଶ୍ନ ପଚରାଗଲା ଓ ପ୍ରବ୍ଲମ ସଲଭିଙ୍ଗ ସ୍କିଲକୁ ପରଖା ଯାଇଥିଲା । ଏଥିରେ ସେହି ଲୋକେ ଅଦିକ ପ୍ରଦର୍ଶନ କଲେ ଯେଉଁମାନେ ୨୪ଘଣ୍ଟାରେ ଅତି କମରେ ୭ଘଣ୍ଟା ଶୁଅନ୍ତି ।

ଏହି ରିସର୍ଚ୍ଚରେ ସାମିଲ ଥିବା ୪୦ହଜାର ଲୋକଙ୍କ ମୁଣ୍ଡର ଜେନେଟିକ ଡାଟା ଦେଖିବା ପରେ ଜଣାପଡିଥିଲା କି ମୁଣ୍ଡ ଉପରେ ସଂରଚନାର ସିଧା ସମ୍ବନ୍ଧ ନିଦ ସହ ରହିଛି ।

କହିରଖୁଛୁ ବୟସ ଅନୁସାରେ କେତେ ନିଦ ଜରୁରୀ
ନବଜଜାତ ଠୁ ୩ମାସ ଯାଏଁ ପିଲା ୧୧ରୁ ୧୯ଘଣ୍ଟା ନିଦ ଆବଶ୍ୟକ
ଚାରିମାସରୁ ୧୧ମାସ ଯାଏଁ ପିଲାଙ୍କୁ ୧୦ରୁ ୧୮ଘଣ୍ଟା ନିଦ ଦରକାର
ବର୍ଷକରୁ ୨ବର୍ଷ ପିଲା ପାଇଁ ୧୦ରୁ ୧୨ ଘଣ୍ଟା ନିଦର ଆବଶ୍ୟକତା ରହିଛି
୩ବର୍ଷରୁ ୫ବର୍ଷ ପିଲା ପାଇଁ ୯ରୁ ୧୧ଘଣ୍ଟା ଶୋଇବା ଉଚିତ
୬ରୁ ୧୩ବର୍ଷର ପିଲାଙ୍କୁ ୯ଘଣ୍ଟା ନିଦ ଆବଶ୍ୟକ
୧୪ ରୁ ୧୭ବର୍ଷର ପିଲା ପାଇଁ ୮ଘଣ୍ଟା ନିଜ ଜରୁରୀ
ସେହିପରି ୧୮ବର୍ଷରୁ ଆଜୀବନ ଯୋଁ ୭ରୁ ୮ଘଣ୍ଟା ନିଦରେ ଶୋଇବା ଉଚିତ

ଦର୍ଶକବନ୍ଧୁ ଭଲ ନିଦ ପାଇଁ ସର୍ବପ୍ରଥମେ ଶୋଇବା ଓ ଉଠିବାର ସମୟ ନିର୍ଧାରିତ କରନ୍ତୁ । ଶୋଇବା ପାଇଁ ସମୟ ସେଭଳି କରିବା ଉଚିତ ଯେତେବେଳେ ଆପଣ ଥକକ୍କା ଅନୁଭବ କରିବେ । ଶେଯ ଆରାମ ଦାୟକ ହେବା ଉଚିତ । ନିୟମିତ ବାୟାମ କରିବା ଦ୍ୱାରା ନିଦ ଭଲ ହୁଏ । କଫି ଓ ଚାହା ଭଳି ପଦାର୍ଥ ଅଧିକ ସେବନ କରିବା ଅନୁଚିତ । ଭଲ ନିଦ ପାଇଁ ମଦ୍ୟପାନ ଓ ଧୂମ୍ରପାନଠୁ ଦୂରେଇ ରୁହନ୍ତୁ । ଆଉ ଅଧିକ ନଖାଇ କମ ଖାଇଲେ ନିଦ ଭଲ ହୁଏ ବୋଲି ପରାମର୍ଶ ଦିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.