କଟକ : ଅନ୍‌ଲାଇନ୍‌ ପାଠପଢ଼ା ବେଳେ ଚାଲିଲା ଅଶ୍ଳୀଳ ଦୃଶ୍ୟ, ସ୍କୁଲ ତରଫରୁ ଥାନାରେ ଏତଲା

କଟକ (କେ ନ୍ୟୁଜ୍‌) : ଅନ୍‌ଲାଇନ୍‌ ପାଠ ପଢ଼ା ବେଳେ ଚାଲିଲା ଅଶ୍ଳୀଳ ଦୃଶ୍ୟ । ଏଭଳି ଘଟଣା ଘଟିଛି କଟକର ଏକ ଇଂଲିଶ୍‌ ମିଡିୟମ୍‌ ସ୍କୁଲରେ । ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ସ୍କୁଲ ସବୁ ବନ୍ଦ ରହିଛି । ତେଣୁ ସ୍କୁଲ କର୍ତ୍ତୃପକ୍ଷ ଘରେ ଥିବା ପିଲାମାନଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରୁଛନ୍ତି । ତେବେ ଏହି ସମୟରେ କେହି ଜଣେ ପାସ୍‌ଓ୍ଵାର୍ଡ଼ ହ୍ୟାକ୍‌ କରି ଅଶ୍ଳୀଳ ଭିଡିଓ ଚଳାଇଥିବା କୁହାଯାଉଛି । ଏ ନେଇ ସ୍କୁଲ ତରଫରୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି । ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ONLINE EDUCATION

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.