Below header

ଅଭିନେତ୍ରୀ ଜୋଆ ମୋରାନି କରୋନାକୁ ହରାଇ ହସ୍ପିଟାଲରୁ ଡିସଚାର୍ଜ ହେଲେ, ଫଟୋ ସେୟାର କରି କହିଲେ, ‘ଅଲବିଦା କହିବାର ସମୟ ଆସିଗଲା’

ବଲିଉଡ ଅଭିନେତ୍ରୀ ଜୋଆ ମୋରାନି ଏବେ କରୋନା ଭାଇରସକୁ ହରାଇ ପୂରାପୂରି ସୁସ୍ଥ ହୋଇଯାଇଛନ୍ତି ଏବଂ ତାଙ୍କୁ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି। ଏ ନେଇ ସୂଚନା ଦେବାକୁ ଯାଇ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସେଲ୍ଫି ପୋଷ୍ଟ କରିଛନ୍ତି।

ଏହି ଫଟୋରେ ଜୋଆ ସର୍ଜିକାଲ ମାସ୍କ ପିନ୍ଧିଥିବା ନଜର ଆସୁଛନ୍ତି। ସେଲ୍ଫିରେ ହସ୍ପିଟାଲର କିଛି ଷ୍ଟାଫ ମଧ୍ୟ ଦେଖାଯାଉଛନ୍ତି। ଜୋଆ ସେମାନଙ୍କଠୁ ବହୁତ ଦୂରରେ ଛିଡା ହୋଇଛନ୍ତି। ନିଜ ସେଲ୍ଫି ପୋଷ୍ଟ କରିବାକୁ ଯାଇ ଏହି ଅଭିନେତ୍ରୀ ହସ୍ପିଟାଲକୁ ‘ଗୁଡିବାଏ’ ମଧ୍ୟ କହିଛନ୍ତି।

4

ଜୋଆ କ୍ୟାପସନରେ ଲେଖିଛନ୍ତି ଯେ ‘ଏହି ଜାଗାରୁ ନିଜ ଯୋଦ୍ଧାମାନଙ୍କୁ ଅଲବିଦା କହିବାର ଏବଂ ସେମାନଙ୍କୁ ସବୁଦିନ ପାଇଁ ନିଜ ସ୍ମୃତିରେ ସାଇତି ରଖିବାର ସମୟ ଆସିଯାଇଛି। ଅଲବିଦା ଆଇସୋଲେସନ ଆଇସିୟୁ। ହୋମ ସ୍ୱିଟ ହୋମ ପାଇଁ ସମୟ ଆସିଯାଇଛି’।

କହି ରଖୁଛୁ, ଅଭିନେତ୍ରୀ ଜୋଆ ମୋରାନିଙ୍କ ସହ ତାଙ୍କ ଭଉଣୀ ଶଜା ମୋରାନି ଓ ବାପା କରିମ ମୋରାନିଙ୍କର ମଧ୍ୟ କରୋନା ଭାଇରସ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଶଜା ମୋରାନି ଗତ ଶନିବାର ନାନାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ କରିମଙ୍କର ଏବେ ବି ଚିକିତ୍ସା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.