ଆସିଲା ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ: ଶ୍ୱାସରୁଦ୍ଧରୁ ମୃତ୍ୟୁ

ଭୁବନେଶ୍ୱର(କେନ୍ୟୁଜ୍): ଶ୍ୱାସରୁଦ୍ଧରୁ ରୁଚିକାଙ୍କ ମୃତ୍ୟୁ। ଆସିଲା ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ। ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଭିସେରା ପରୀକ୍ଷା ପାଇଁ ଷ୍ଟେଟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ SFSLକୁ ନମୁନା ପଠାଯାଇଛି। ଏଯାଏ ୩ ସିନିଅର ଚିହ୍ନଟ ହୋଇନଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। ରୁଚିକାଙ୍କ ଗାଁକୁ ଯାଇ କମିସନରେଟ ପୋଲିସ ତଦନ୍ତ କରିଛି।

ଗାଁରେ ତାଙ୍କ ସ୍କୁଲ ଓ କଲେଜ ସାଥୀଙ୍କୁ ପଚରାଉଚରା କରାଯାଇଛି। ବିଜେବି କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚରା ସହ ସେମାନଙ୍କୁ ତଦନ୍ତରେ ସାମିଲ କରାଯାଇଥିବା ଡିସିପି କହିଛନ୍ତି। ସେପଟେ ଆଜି ପ୍ରବଳ ବର୍ଷା ସତ୍ତ୍ୱେ ରୁଚିକାଙ୍କ ପରିବାର, ଗାଁ ଲୋକ ଓ ଛାତ୍ର ସଂଗଠନ ପକ୍ଷରୁ ବିଜେବି କଲେଜ ଆଗରେ ଧାରଣାରେ ବସିଛନ୍ତି।

ପୋଲିସ ୨ ଦିନରେ ୧୦୦ରୁ ଅଧିକଙ୍କ ବୟାନ ରେକର୍ଡ କଲାଣି। ସିଆରପିସିର ୧୬୧ ଧାରାରେ ବୟାନ୍‌ ରେକର୍ଡ କରାଯାଇଛି। ପୋଲିସ ୩ଟି ଟିମ ଗଠନ କରି ତଦନ୍ତ ଚଳାଇଛି । ଗତ ୨ ତାରିଖ ଦିନ କଲେଜ ହଷ୍ଟେଲରୁ ରୁଚିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.