କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀ ଛୁଆର ମୃତ୍ୟୁ

ଢେଙ୍କାନାଳ(କେନ୍ୟୁଜ୍): ହାତୀ ଉଦ୍ଧାର କେନ୍ଦ୍ରରେ ହାତୀ ଛୁଆର ମୃତ୍ୟୁ। ଢେଙ୍କାନାଳର କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀ ଛୁଆର ମୃତ୍ୟୁ ହୋଇଛି। ଚାରିଦିନ ତଳେ ହାତୀ ଛୁଆଟିକୁ ଅନୁଗୁଳ ସାତକୋଶିଆରୁ ଉଦ୍ଧାର କରାଯାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଥିଲ।

ଛଅ ବର୍ଷର ହାତୀ ଛୁଆର ପାଟିରେ ଇନଫେକସନ ସହ ସେପ୍ଟିସେମିଆରେ ପୀଡିତ ଥିଲା ବୋଲି ଜଣାପଡିଛି। କପିଳାସ ଆସିବା ପରଠାରୁ ହାତୀ ଛୁଆ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନଥିଲା। ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ଦ୍ୱାରା ତାର ଚିକିତ୍ସା ମଧ୍ୟ କରାଯାଉଥିଲା। ହାତୀଛୁଆର ମୃତ୍ୟୁ ପରେ ତାର ନମୁନା ସଂଗ୍ରହ କରାଯାଇ ଓୟୁଏଟି ପଠାଯିବା ସହ ପୋଷ୍ଟମୋର୍ଟମ କରାଯାଇଛି ବୋଲି କହିଛନ୍ତି ଡିଏଫଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.