ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ମେଡିକାଲ ଭିତରେ ଲହଡି ଭାଙ୍ଗୁଛି ପାଣି

ଭଦ୍ରକ(କେନ୍ୟୁଜ୍): ମେଡିକାଲ ଭିତରେ ଲହଡି ଭାଙ୍ଗୁଛି ପାଣି। ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ମେଡିକାଲ ଆଉଟଡୋରରେ ଲହଡି ମାରୁଛି ବର୍ଷା ଜଳ। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଫଳରେ ଡାକ୍ତର ଓ ରୋଗୀ ହନ୍ତସନ୍ତ ହେଉଛନ୍ତି।

ଆଉଟଡୋର ଭିତରେ ବର୍ଷା ପାଣି ଲହଡି ମାରୁଥିବାବେଳେ ପାଣି ଭିତରେ ରୋଗୀ ଦେଖୁଛନ୍ତି ଡାକ୍ତର। ଡ୍ରେନେଜ୍‌ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ଭଦ୍ରକ ସହରରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.