ସୁରକ୍ଷା କର୍ମୀଙ୍କ କଡା ସୁରକ୍ଷା ଯୋଗୁଁ ଦୂର ହୋଇଛି ଭୟ: ଲାଲ୍‌ଗଡ଼ରେ ଲାଗିଛି ପଞ୍ଚାୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ପୋଷ୍ଟର ଏବଂ ପତାକା

ମାଲକାନଗିରି(କେନ୍ଯୁଜ୍): ଲାଲ୍‌ଗଡ଼ରେ ଲାଗିଲା ଦଳୀୟ ପତାକା । ମାଓବାଦୀଙ୍କ ୱାର ରୁମ୍‌ରେ ଲାଗିଛି ନିର୍ବାଚନ ପ୍ରାର୍ଥୀଙ୍କ ପୋଷ୍ଟର । ମାଲକାନଗିରି ଜିଲ୍ଲା ମାଓବାଦୀଙ୍କ ଗଡ଼ ଯନ୍ତ୍ରୀ ପଞ୍ଚାୟତର ତଣ୍ଟାଗୁଡାରେ ମାଓବାଦୀଙ୍କ ଓ୍ଵାର୍‌ ରୁମ୍‌ । ଏଠାରେ ମାଓବାଦୀ ନିଜର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାନ୍ତି । ହେଲେ ଏବେ ୱାର ରୁମର ଚାରିପଟେ ଲାଗିଛି ପଞ୍ଚାୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ପୋଷ୍ଟର ଏବଂ ପତାକା । ଯେଉଁଠି ଦିନେ ମୁଣ୍ଡ ଟେକିବାକୁ ସାହସ ଜୁଟାଇ ପାରୁନଥିଲେ ଲୋକେ ।

ଆଜି ମାଓବାଦୀଙ୍କ ନାଲି ଆଖିକୁ ନ ଡରି ପ୍ରାର୍ଥୀ ପୋଷ୍ଟର ଲଗାଇଛନ୍ତି । ଏସବୁ କେବଳ ହୋଇ ପାରିଛି ସ୍ୱାଭିମାନ ଅଞ୍ଚଳରେ ନିୟୋଜିତ ସୁରକ୍ଷା କର୍ମୀଙ୍କ କଡା ସୁରକ୍ଷା ଯୋଗୁଁ । ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଏବଂ ପୋଲିସର କଡା ସୁରକ୍ଷା ଯୋଗୁଁ ଲୋକଙ୍କ ମନରେ କିଛି ମାତ୍ରାରେ ଭୟ ଦୂର ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.