Below header

ଆରମ୍ଭ ହୋଇଛି ପ୍ରାଚୀ ପରିକ୍ରମା ପଦଯାତ୍ରା; ସାମିଲ ହେଲେ ବହୁ ସାଧୁସନ୍ଥ, ବିଦେଶୀ ନାଗରିକ

ପ୍ରାଚୀ ନଦୀର ସୁରକ୍ଷାକୁ ନେଇ ଆଜି ବି ଚିନ୍ତାରେ ଲୋକେ । ଦୀର୍ଘ ତେର ବର୍ଷ ଧରି ଚାଲି ଆସିଛି ପ୍ରାଚୀ ପରିକ୍ରମା ପଦଯାତ୍ରା । ତେବେ ପୁଣ୍ୟତୋୟା ପ୍ରାଚୀନଦୀର ଐତିହ୍ୟ ପରମ୍ପରା ଆଉ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରାଚୀ ନଦୀ ସୁରକ୍ଷା ପଦଯାତ୍ରା I

ପ୍ରାଚୀ ନଦୀର ସୁରକ୍ଷାକୁ ନେଇ ଆଜି ବି ଚିନ୍ତାରେ ଲୋକେ । ଦୀର୍ଘ ତେର ବର୍ଷ ଧରି ଚାଲି ଆସିଛି ପ୍ରାଚୀ ପରିକ୍ରମା ପଦଯାତ୍ରା । ତେବେ ପୁଣ୍ୟତୋୟା ପ୍ରାଚୀନଦୀର ଐତିହ୍ୟ ପରମ୍ପରା ଆଉ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରାଚୀ ନଦୀ ସୁରକ୍ଷା ପଦଯାତ୍ରା I ଗତମାସ ୨୯ ତାରିଖ ଠାରୁକଟକ ଜିଲ୍ଲା ଅନ୍ଧ କପିଳେଶ୍ଵର ପୀଠରୁ ଏହି ପଦଯାତ୍ରା ପ୍ରାଚୀନଦୀ କୂଳେକୂଳେ ଚାଲିଛି ଆଉ ଆଜି ଯାତ୍ରା କାକଟପୁର ଅସ୍ତରଙ୍ଗ ରେ ପ୍ରବେଶ କରିଛି I

ଏହି ପଦଯାତ୍ରାରେ ବହୁ ସାଧୁସନ୍ଥ, ବିଦେଶୀ ନାଗରିକ, ପ୍ରାଚୀ ଗବେଷକ ବୁଦ୍ଧିଜୀବୀ ଆଉ ପ୍ରଶାସନିକ ଅଧିକାରୀ ମାନେ ସାମିଲ ହୋଇଛନ୍ତି I ବିଶିଷ୍ଟ ସାଧୁ ପ୍ରଜ୍ଞାନ ଆନନ୍ଦଜୀ ମହାରାଜାଙ୍କ ଉଦ୍ୟମରେ ଦୀର୍ଘ ତେର ବର୍ଷ ଧରି ଚାଲିଛି ପ୍ରାଚୀ ପରିକ୍ରମା ପଦଯାତ୍ରା I ପ୍ରାଚୀ କୂଳରେ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଛି ହେଲେ ପ୍ରାଚୀ ନଦୀର ସୁରକ୍ଷା ପାଇଁ ପ୍ରଶାସନିକ ଆନ୍ତରିକତା ନ ଥିବା ପରିଲକ୍ଷିତ ହେଉଥିବା କହିଛନ୍ତି ପଦଯାତ୍ରାର ମୁଖ୍ୟ ପୁରଧା ପ୍ରଜ୍ଞାନ ଆନନ୍ଦ ଜୀ ମହାରାଜା I ସେ କହିଛନ୍ତି ପ୍ରାଚୀନଦୀର ସୁରକ୍ଷାପାଇଁ ଆମେ ସମସ୍ତେ ତେର ବର୍ଷଧରି ଚାଲୁଛୁ I କିନ୍ତୁ ପ୍ରାଚୀ ମାତାର ସୁରକ୍ଷା ପାଇଁ ଆମେ ଚାଲୁ ଛୁ ଚାଲିବୁ କହି କ୍ଷୋଭ ପ୍ରକାଶ କରିଛନ୍ତି I

ପ୍ରାଚୀ ପରିକ୍ରମା ପଦଯାତ୍ରା କାକଟପୁର ଅସ୍ତରଙ୍ଗ ପ୍ରାଚୀ ନଦୀର କେଳୁଣୀ ମୁହାଣ ଠାରେ ପହଞ୍ଚିବା ପରେ ସେହି ସମୟରେ ପ୍ରାଚୀ ତଟ ଉତ୍ସବମୁଖର ହୋଇ ଉଠିଥିଲା I ବିଶେଷକରି ଫ୍ରାନ୍ସ ଋଷିୟା ବେଳଗିୟମ ଥାଇଲାଣ୍ଡ ନାଗରିକ ମାନେ ଏହି ଦିବ୍ୟ ଆଳତିକୁ ଦେଖି ଚକିତ ହୋଇ ଉଠିଥିଲେ I ଏହି ସମୟରେ ହରିବୋଲ ହୁଳହୁଳିରେ କମ୍ପି ଉଠିଥିଲା ପରିବେଶ I ଯାହା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.