ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସକୁ ଝଟକା, ଓପନର ଡିଭନ୍ କନୱେ ଆହତ

ଚେନ୍ନାଇ ସୁପର କିଙ୍ଗସ ଟିମକୁ ବଡ ଝଟକା ଲାଗିଛି । ଟିମର ଓପନର ଡିଭନ୍ କନୱେ ଆହତ ହେବା ପରେ ସର୍ଜରୀ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆଉ ଯଦି ସର୍ଜରୀ କରାନ୍ତି, ତେବେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ଆଇପିଏଲ୍‌ ୨୦୨୪ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ହେଲେ ନୂଆ ସିଜନ ଆରମ୍ଭ ପୂର୍ବରୁ ଗତଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଟିମକୁ ବଡ ଝଟକା ଲାଗିଛି । ଟିମର ଓପନର ଡିଭନ୍ କନୱେ ଆହତ ହେବା ପରେ ସର୍ଜରୀ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଆଉ ଯଦି ସର୍ଜରୀ କରାନ୍ତି, ତେବେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ କନୱେଙ୍କ ଡାହାଣ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହି ଆଘାତ ଯୋଗୁଁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ମଧ୍ୟ ବାଦ୍ ପଡିଥିଲେ । ମେଡିକାଲ ଟିମ୍‌ ତାଙ୍କୁ ସର୍ଜରୀ ପାଇଁ ପରାମର୍ଶ ଦେଇଥିଲା । ଆଉ ଖବର ମୁତାବକ, ଏବେ ସେ ଆଙ୍ଗୁଠିର ସର୍ଜରୀ କରାଇପାରନ୍ତି । ସର୍ଜରୀ ପରେ ୮ ସପ୍ତାହ ଯାଏଁ ଖେଳରୁ ଦୂରେଇ ରହିବାକୁ ହେବ ।

୨୦୨୩ ଆଇପିଏଲରେ ଚେନ୍ନାଇକୁ ଚମ୍ପିଆନ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡିଭନ୍ କନୱେ । ଗତ ସିଜନରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ସର୍ବାଧିକ ୬୭୨ ରନ୍ କରିଥିବା ବ୍ୟାଟର ପାଲଟିଥିଲେ । ଟିମ ତାଙ୍କୁ ୧ କୋଟି ଟଙ୍କା କିଣିଛି । ସେ ଗତ ସିଜନରେ ୧୬ଟି ମ୍ୟାଚରେ ପାଖାପାଖି ୬୭୨ ରନ୍‌ କରିଥିବା ବେଳେ ଅପରାଜିତ ୯୨ ରନ୍‌ କରିଛନ୍ତି । ତେବେ ଯଦି ଆଇପିଏଲ ମ୍ୟାଚ ଆରମ୍ଭ ବେଳକୁ କନୱେ ସୁସ୍ଥ ନ ହୁଅନ୍ତି, ଚେନ୍ନାଇ କାହାକୁ ଓପନର ଭାବେ ଦଳରେ ସାମିଲ କରିବ, ତାହା ଧୋନିଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.