ଯାକଜମକରେ ସମ୍ପନ୍ନ ହେଲା ପ୍ରଦୀପ ମହାରଥୀଙ୍କ ଝିଅ ବାହାଘର, ବରମୁଣ୍ଡା ପଡ଼ିଆ ହୋଇଗଲା ଲୋକାରଣ୍ୟ

କୁହାଯାଏ ବିବାହ ଜନ୍ମ ଜନ୍ମର ବନ୍ଧନ । ଯାହା ସେହି ଈଶ୍ୱର ହିଁ ଭାଗ୍ୟରେ ଲେଖି ଦେଇଥାନ୍ତି । ଏମିତି ଏକ ବାହାଘର ଖୁବ୍‌ ଯାକଜମକରେ ସରିଛି ଦୁଇଜଣ ହାଇପ୍ରୋଫାଇଲ୍‌ ବ୍ୟକ୍ତିତ୍ୱଙ୍କ ମଧ୍ୟରେ । ବଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ଓ ଡାକ୍ତର ପଲ୍ଲବୀ ପରସ୍ପରର ହାତ ଧରିଛନ୍ତି, ଅଗ୍ନିକୁ ସାକ୍ଷୀ ରଖି ସାଥୀ ହୋଇଛନ୍ତି ପତିପତ୍ନୀ ଭାବେ ।  ପଲ୍ଲବୀଙ୍କର ଆଉ ଗୋଟିଏ ପରିଚୟ ହେଉଛି, ସେ ହେଉଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କର ଝିଅ ।

ବୁଧବାର ରାତିରେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିଲା ବିବାହ ଉତ୍ସବ । ଯୋଗ ଦେଇଥିଲେ ଅନେକ ଭିଭିଆଇପି । ମଣ୍ଡପ ସାଜସଜା ହିଁ କହି ଦେଉଥିଲା ଏ ବାହାଘର କେଉଁ ସାଧାରଣ ଲୋକଙ୍କର ନଥିଲା । କନ୍ୟା ବେଶରେ ସଜେଇ ହୋଇଥିଲେ ପଲ୍ଲବୀ । ଏଠି ମହାରଥୀ ଜଣେ ନେତା ନଥିଲେ, ଜଣେ ବାପା ଭାବେ ନିଜର କର୍ତ୍ତବ୍ୟ ତୁଲାଉଥିଲେ । ଉଭୟ ପ୍ରଦୀପ ମହାରଥୀ ଏବଂ ତାଙ୍କ ପତ୍ନୀ ପ୍ରତିଭା ମହାରଥୀ ବାହାଘରକୁ ନେଇ ବେଶ୍‌ ଖୁସିଥିଲେ । ତା ସାଙ୍ଗକୁ ବରବେଶରେ ସଜେଇ ହୋଇ ବେଶ୍‌ ଆଡ଼ମ୍ବରରେ ବରଯାତ୍ରୀଙ୍କ ମେଳରେ ବାଜା, ବାଣ, ରୋସଣି ସହ ପୂରା ରାଜକୀୟ ଠାଣିରେ ଆସିଥିଲେ ଅର୍ଦ୍ଧେନ୍ଦୁ । ବନ୍ଧୁବାନ୍ଧବ, ସମ୍ପର୍କୀୟ, ଅତିଥିଙ୍କ ଗହଣରେ ରୀତି ନୀତି ଅନୁସାରେ ଚାଲିଥିଲା ବିବାହର ଗୋଟିଏ ପରେ ଗୋଟିଏ କର୍ମ। ଆଉ ତାରି ଭିତରେ ସାରା ଜୀବନ ପାଇଁ ବାନ୍ଧି ହୋଇଗଲେ ଅର୍ଦ୍ଧେନ୍ଦୁ ଓ ପଲ୍ଲବୀ ।

ପ୍ରାୟ ମାସକ ତଳେ ଦୁହିଁଙ୍କ ନିର୍ବନ୍ଧ ପରେ ଏଇ ହାଇପ୍ରୋଫାଇଲ୍‌ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ସେମାନଙ୍କ ପ୍ରିେଓ୍ଵଡିଂ ଫଟୋ ସୁଟ୍‌ରୁ ଆରମ୍ଭ କରି ହଳଦି ପାଣି ପରମ୍ପରା ଯାଏ ସବୁ କିଛି ଚର୍ଚ୍ଚାରେ ଥିଲା । ଆଉ ଏବେ ସମସ୍ତଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ନୂଆ ଜୀବନ ଆରମ୍ଭ କରିଛନ୍ତି ଅର୍ଦ୍ଧେନ୍ଦୁ ଓ ପଲ୍ଲବୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.