Below header

ଆଜି ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ବର: ପ୍ରଦୀପ ପାଣିଗ୍ରାହୀଙ୍କ ଆଜି ଜାମିନ ଆବେଦନର ଶୁଣାଣି । ପ୍ରଦୀପଙ୍କ ବିରୋଧରେ ଯେଉଁ ଧାରା ଲାଗିଛି, ମୁକୁଳିବା କଷ୍ଟ । ତାଙ୍କ ବିରୋଧରେ ଆଇପିସି ଧାରା ୪୧୯- ଅନ୍ୟର ପରିଚୟ ଦେଇ ଠକେଇ, ଧାରା ୪୨୦-ଠକେଇ, ଧାରା ୪୬୭ ଦସ୍ତାବିଜ ଜାଲିଆତି କରିବା ଯାହା ସୁରକ୍ଷା ପାଇଁ ବିପଦ, ଧାରା ୪୬୮- ଠକେଇ ଉଦ୍ଦେଶ୍ୟରେ ଜାଲିଆତି କରିବା, ଧାରା ୪୬୯-ସମ୍ମାନହାନୀ ପାଇଁ ଜାଲିଆତି କରିବା, ଧାରା ୧୨୦-ବି ଅପରାଧିକ ଷଡ଼ଯନ୍ତ୍ର ସହ ଆଇଟି ଆକ୍ଟର ସେକ୍ସସନ ୬୬-ସି ଓ ଡିରେ ଗିରଫ କରାଯାଇଛି ।

ପ୍ରଦୀପ ପାଣିଗ୍ରାହୀଙ୍କ କାରନାମା ଧିରେ ଧିରେ ପଦାକୁ ଆସୁଛି । ଚଳିତ ଆର୍ଥିକ ବର୍ଷର ୭ ମାସରେ ଗୋଟିଏ ଆକାଉଣ୍ଟକୁ ଅଢେଇ କୋଟି ଟଙ୍କା ଜମା ଖବର ସମସ୍ତଙ୍କୁ ହତଚକିତ କରିଛି । ଏହାସହ ଧିରେଧିରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.