ଝାରପଡା ଜେଲରେ ଅର୍ଥତତ୍ତ୍ୱ ଗ୍ରୁପ୍‌ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ, ବାଥରୁମ୍ କବାଟ ଭାଙ୍ଗି କରାଗଲା ଉଦ୍ଧାର

ଭୁବନେଶ୍ବର: ଝାରପଡା ଜେଲରେ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ । ବାଥରୁମ୍ କବାଟ ବନ୍ଦ କରି ଇନଭର୍ଟର ତାରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଦୀପ । ତେବେ ଏକଥା ଜଣାପଡାଯିବା ପରେ କବାଟ ଭାଙ୍ଗି ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ତେବେ ଅର୍ଥତତ୍ତ୍ୱ ଠକେଇ ମାମଲାରେ ଜେଲରେ ଅଛନ୍ତି ପ୍ରଦୀପ ।

ସୂଚନା ଅନୁଯାୟୀ, ଜେଲର ଜଣେ କର୍ମଚାରୀଙ୍କ ସହ ପ୍ରଦୀପଙ୍କର ଝଗଡା ହୋଇଥିଲା। ପରେ ସେ ଏକ ତାର ଜରିଆରେ ବାଥରୁମ ରେ ଆତ୍ମହତ୍ୟା ପାଇ ଉଦ୍ୟମ କରିଥିଲେ । ଖବର ପାଇ ଜେଲ କର୍ତ୍ତୃପକ୍ଷ ଉଦ୍ଧାର କରିବା ସହ ଜେଲ ମେଡିକାଲ ରେ ଭର୍ତ୍ତି କରିଛନ୍ତି । ତେବେ ଚିକିତ୍ସା ପରେ ପ୍ରଦୀପ ମାନସିକ ଭାବେ ବିକୃତ ଥିବା ଜଣାପଡିଛି । ତେଣୁ ତାଙ୍କୁ କଟକ ବଦମେଡିକାଲକୁ ପଠାଇ ଦିଆଯାଇଛି। ମେଡ଼ିକାଲର ସାଇକଟିଷ୍ଟ ବିଭାଗର ୬ ନମ୍ବର ଓ୍ୱାର୍ଡରେ ରଖାଯାଇଛି । ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପ୍ରଦୀପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.