Below header

ଯାଜପୁର: ବିଜେଡିର ପ୍ରତିଷ୍ଠା ଦିବସରେ ପ୍ରଣବ ପ୍ରକାଶ ଦାସଙ୍କ ଅଭିନବ ପ୍ରୟାସ, ସଂଧ୍ୟାରେ ଅସହାୟ ଲୋକଙ୍କୁ ବାଣ୍ଟିଲେ କମ୍ବଳ

କେନ୍ୟୁଜ୍(ବ୍ୟୁରୋ): ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କ୍ରମରେ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସଂଧ୍ୟାରେ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି ।  ଯାଜପୁର ଧର୍ମଶାଳା ବ୍ଳକ ନେଉଳପୁର ପଞ୍ଚାୟତ ମୁଣ୍ଡା ସାହିରେ କମ୍ବଳ ବଣ୍ଟନ କରିଛନ୍ତି । ଏଥିସହ ଶୀତ କାକରରେ ପଡ଼ି ରହିଥିବା ଆଦିବାସୀ ବସ୍ତିର ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସାମିଲ ହୋଇ କମ୍ବଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଓଡ଼ିଶା ମୋ ପରିବାରର ଅଂଶବିଶେଷ ବୋଲି କହିଛନ୍ତି ପ୍ରଣବ । ଆଗାମୀ ଦିନରେ ଗରିବ ଅସହାୟ ଲୋକଙ୍କୁ ସେବା ଯୋଗାଇବାକୁ ଓଡ଼ିଶା ମୋ ପରିବାର ପ୍ରତିଶ୍ରୁତିବଦ୍ଧ ବୋଲି ବିଧାୟକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.