ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲା: ଫରେନସିକ୍ ରିପୋର୍ଟରେ ହ୍ୟୁମାନ୍ ସିମେନ୍ ଗ୍ରୁପ ଚିହ୍ନଟ ହୋଇପାରିନି

କେନ୍ୟୁଜ୍(ବ୍ୟୁରୋ): ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆସିଲା ଫରେନସିକ୍ ରିପୋର୍ଟ । ଜବତ ଫ୍ରକ୍ରେ ହ୍ୟୁମାନ୍ ସିମେନ୍ ଦାଗ ଥିବା ଜଣାପଡିଛି । କିନ୍ତୁ ଘଟଣାକୁ ବହୁ ଦିନ ହୋଇଥିବାରୁ ଏହା ନଷ୍ଟ ହୋଇଯାଇଥିବାରୁ ଏହାର ଗ୍ରୁପ ଚିହ୍ନଟ ହୋଇପାରିନି । ନୟାଗଡ଼ SDJMରେ ଦାଖଲ ହୋଇଛି ଫରେନସିକ୍ ରିପୋର୍ଟ । ମିଳିଥିବା ସିମେନ୍ ଦାଗ ସହ ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ରକ୍ତ ନମୁନାକୁ ଡିଏନ୍ଏ ପଦ୍ଧତିରେ ମେଳ କରିବା ପାଇଁ ଫରେନ୍ସିକ୍ ଲାବରେଟୋରିକୁ ପଠାଯାଇଥିଲା ।
ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ କରିବ ଏସଆଇଟି । ଏନେଇ ନୟାଗଡ଼ କୋର୍ଟରେ ଆବେଦନ କରିବ ତଦନ୍ତକାରୀ ଟିମ୍ । ଅନୁମତି ମିଳିଲେ ସରୋଜର ବ୍ରେନ୍ ମ୍ୟାପିଂ କରାଯିବ । ସେହିପରି ତଦନ୍ତକାରୀ ଟିମ୍ ନୟାଗଡ଼ରେ ନଥିବା ବେଳେ ଗାଁ ଛାଡ଼ି ନଯିବାକୁ ଯଦୁପୁର ଗାଁ ଲୋକଙ୍କୁ କୁହାଯାଉଛି । ଯାହାକୁ ଯେତେବେଳେ ଡକରା ଆସିବ ସେମାନେ ହାଜର ହେବ ।