Below header

ଆଜିଠୁ ଖୋଲିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର, ୩୧ ତାରିଖ ଯାଏଁ ସେବାୟତଙ୍କ ପରିବାର କରିପାରିବେ ଦର୍ଶନ

କେନ୍ୟୁଜ୍(ବ୍ୟୁରୋ):  ଦୀର୍ଘ ୯ ମାସ ପରେ ଆଜିଠୁ ଖୋଲିଲା ଭୁବନେଶ୍ୱରର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର । ପ୍ରଥମେ ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ପାଇବେ ସେବାୟତଙ୍କ ପରିବାର । ଏଥିପାଇଁ ମନ୍ଦିର ପରିସରକୁ ସାନିଟାଇଜ କରାଯାଇଛି । ଗତକାଲି ସମସ୍ତ ସେବାୟତ ଓ ତାଙ୍କ ପରିବାରଙ୍କ କୋଭିଡ୍‌ ଟେଷ୍ଟ୍‍ ହୋଇଥିଲା । ଏମାନେ ନେଗେଟିଭ୍‌ ରିପୋର୍ଟ ଦେଖାଇ ମନ୍ଦିରକୁ ପ୍ରବେଶ କରିପାରିବେ ।

ଆଜିଠୁ ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ଦର୍ଶନ କରିବେ । ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରହିବ । ୩ ତାରିଖରୁ ୫ ଯାଏଁ କେବଳ ଭୁବନେଶ୍ୱର ବାସିନ୍ଦା ଦର୍ଶନ କରିବେ । ୬ ତାରିଖ ପରଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ସୁରୁଖୁରରେ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । କ

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.