Below header

ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ : ପ୍ରତାପ ଦେବ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ଏହି ଦାବି କରିଛନ୍ତି । କ୍ରାଇମ୍‌ ସିଣ୍ଡିକେଟ୍‌ ସହ ଧର୍ମେନ୍ଦ୍ରଙ୍କ ସମ୍ପୃକ୍ତି ରହିଛି । ଓଡ଼ିଶାରେ ଏଭଳି ୪ଟି କ୍ରିମିନାଲ କେସ୍‌ ସାମ୍ନାକୁ ଆସିଲାଣି । ଦିଲ୍ଲୀରେ ପ୍ରେସମିଟ୍‌ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛନ୍ତି ପ୍ରତାପ ଦେବ । ସେ କହିଛନ୍ତି, ଟିଟୋକୁ ପେଟ୍ରୋଲ ପମ୍ପ ଦେବାରେ ତ୍ରୁଟି ରହିଛି । IOCL ତ୍ରୁଟି ମାନିଛି, ଏକଥା ଧର୍ମେନ୍ଦ୍ର କେବେ ଜାଣିଲେ ? ଟିଟୋକୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରି ତଦନ୍ତ କରୁଛି । ଏବେ କାହାକୁ ଘଣ୍ଟ ଘୋଡ଼ାଇବା ପାଇଁ ସିବିଆଇ ତଦନ୍ତ କରାଯାଉଛି ପ୍ରତାପ ଦେବ ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେଡି ଅଭିଯୋଗର ଜବାବ ରଖିଛି ବିଜେପି । ଟିଟୋ ପେଟ୍ରୋଲ ପମ୍ପର CBI ନିର୍ଦ୍ଦେଶ ପରେ BJD ଛାନିଆ ହୋଇପଡ଼ିଥିବା ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ୟ୍ୟ କହିଛନ୍ତି । କେନ୍ଦ୍ରାପଡ଼ା BJD ନେତାଙ୍କ ସହ ଟିଟୋର ସଂପୃକ୍ତି ଥିବା ସେ ପାଲଟା ଅଭିଯୋଗ କରିଛନ୍ତି । ସେଥିପାଇଁ ପ୍ରତାପ ଦେବ ଛାନିଆ ହୋଇପଡ଼ିଛନ୍ତି ବୋଲି ପୀତାମ୍ବର କହିଛନ୍ତି । କୌଣସି ମନ୍ତ୍ରୀ ପେଟ୍ରୋଲ ପମ୍ପ ଆବଣ୍ଟନରେ ହସ୍ତକ୍ଷେପ କରନ୍ତିନାହିଁ । ଆବଣ୍ଟନରେ ତ୍ରୁଟିଥିବା ନେଇ ଆଭାସ ପାଇବା ପରେ CBIକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.