ରାଜଧାନୀରେ ହେଉଥିବା କୃତ୍ରିମ ବନ୍ୟାର ମୁକାବିଲା ପାଇଁ ପ୍ଲାନ୍ : ଇସ୍କନ ମନ୍ଦିର ଆଗରେ ହେବ ଅଣ୍ଡର ଗ୍ରାଉଣ୍ଡ ଡ୍ରେନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଲଗାଣ ବର୍ଷା ସମୟରେ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସଚିବାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କ ଏନ୍‌ଏଚ୍‌ଆଇଏ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଏଥିରେ ଯୋଗଦେଇଥିଲେ । ଇସ୍କନ ମନ୍ଦିର ଆଗରେ ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ ଅଣ୍ଡର ଗ୍ରାଉଣ୍ଡ ଡ୍ରେନ୍‌ ତିଆରି କରାଯିବ । ଏହି କାମ ପୂର୍ତ୍ତ ବିଭାଗ କରିବ । ଖୁବ୍‌ଶୀଘ୍ର ଟେଣ୍ଡର ହେବା ସହ ଆସନ୍ତାବର୍ଷ ବର୍ଷାଋତୁ ପୂର୍ବରୁ ଡ୍ରେନ୍‌ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି । ସେହିପରି ଅଗ୍ନିଶମ ବିଭାଗ ପାଣି ନିଷ୍କାସନ ପାଇଁ ୨୦ଟି ହାଇ ଡିସଚାର୍ଜ ପମ୍ପ କିଣିବ । ଭୁବନେଶ୍ୱରର ପଟିଆ ଏବଂ ଚନ୍ଦ୍ରଶେଖରପୁରରେ ଦେଖାଦେଉଥିବା ଜଳ ନିଷ୍କାସନ ସମସ୍ୟାର କାରଣ ହେଉଛି, ପ୍ରାକୃତିକ ନାଳଗୁଡ଼ିକ ଘରୋଇ ଜମି ହୋଇଯାଇଛି । ଏହାର ସମାଧାନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.