ଘଡଘଡି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କାଘର ଭିତରକୁ ଚାଲି ଆସନ୍ତୁ ।

ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ ।

ଖୋଲା ପଡିଆ ବା କ୍ଷେତରେ ରୁହନ୍ତୁ ନାହିଁ ।

ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ । ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ ।

ଘଡଘଡି ମାରୁଥିବା ସମୟରେ ଗୁଡ଼ି ଉଡ଼ନ୍ତୁ ନାହିଁ ।

ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥଠାରୁ ଛାଡ଼ିକରି ରୁହନ୍ତୁ ।

ବିଦ୍ୟୁତ ପ୍ରବାହିତ ବସ୍ତୁଠାରୁ ଦୂରରେ ରୁହନ୍ତୁ ।
