ନିଆଳି ମାଧବାନନ୍ଦ ଜିୟୁଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଗଲା ପ୍ରଥମାଷ୍ଟମୀ ଭାର

ନିଆଳିର ମାଧବାନନ୍ଦ ଜିୟୁଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଗଲା ପ୍ରଥମାଷ୍ଟମୀ ଭାର। ଉତ୍କଳୀୟ ପରମ୍ପରାରେ ବାର ମାସରେ ତେର ପର୍ବ। ସେଥି ମଧ୍ୟରୁ ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ପ୍ରଥମାଷ୍ଟମୀ । ଏହି ଦିନ ଘରର ଜ୍ୟେଷ୍ଠ ପୁଅ ଓ ଝିଅ ମାନେ ନବ ବସ୍ତ୍ର ପରିଧାନ କରୁଥିବା ବେଳେ ପିଠାପଣା, ଭୋଗରାଗରେ ଘରେ କରାଯାଇଥାଏ ।

କେନ୍ୟୁଜ୍:  ନିଆଳିର ମାଧବାନନ୍ଦ ଜିୟୁଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଗଲା ପ୍ରଥମାଷ୍ଟମୀ ଭାର। ଉତ୍କଳୀୟ ପରମ୍ପରାରେ ବାର ମାସରେ ତେର ପର୍ବ। ସେଥି ମଧ୍ୟରୁ ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ପ୍ରଥମାଷ୍ଟମୀ । ଏହି ଦିନ ଘରର ଜ୍ୟେଷ୍ଠ ପୁଅ ଓ ଝିଅ ମାନେ ନବ ବସ୍ତ୍ର ପରିଧାନ କରୁଥିବା ବେଳେ ପିଠାପଣା, ଭୋଗରାଗରେ ଘରେ କରାଯାଇଥାଏ ।

ଏହି ଜ୍ୟେଷ୍ଠ ପିଲା ମାନଙ୍କ ପାଇଁଁ ନବ ବସ୍ତ୍ର ସାଧାରଣତଃ ମାମୁଁ ଘରୁ ଆସିଥାଏ। ସେହିପରି ଦେବଦେବୀଙ୍କ କ୍ଷେତ୍ରରେ ଏହା ପ୍ରଚଳିତ ହୋଇଥାଏ। ବିଶ୍ବ ନିୟନ୍ତା ପ୍ରଭୁ ଶ୍ରୀଜିୟୁଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକର ମାଧବାସ୍ଥିତ ମାଧବାନନ୍ଦ ଜିୟୁଙ୍କ ପୀଠ ।

ଏହି ଅବସରରେ ଏହି ମାଧବାନନ୍ଦ ଜିୟୁଙ୍କ ପୀଠରୁ ପୁରି ଶ୍ରୀ ମନ୍ଦିରକୁ ପୋଢୁଆଁ ଭାର ଯାଇଥାଏ। ମଝିରେ କୌଣସି କାରଣ ନେଇ କିଛି ବର୍ଷ ଏହି ପରମ୍ପରା ବନ୍ଦ ରହିଥିବା ବେଳେ ପୁଣି ମାଧବାନନ୍ଦ ଜିୟୁ ବିକାଶ ପରିଷଦ ପକ୍ଷରୁ ଏହି ପରମ୍ପରାକୁ ପୁନରୁଦ୍ଧାର କରାଯାଇଛି। ପାଞ୍ଚ ଧରି ଏହା କରାଯାଉଥିବା ବେଳେ ଦିନକୁ ଦିନ ଏହି କାର୍ଯ୍ୟକ୍ରମର ଆଦର ଓ ପ୍ରସାର ପଚାର ବୃଦ୍ଧି ପାଇଛି।

ଏଥିରେ ବିଭିନ୍ନ ସଂକୀର୍ତନ ମଣ୍ତଳି ସଂକୀର୍ତନ ପରିବେଷଣ କରିଥାନ୍ତି। ଫଳରେ ମାଧବାନନ୍ଦ ଜିୟୁଙ୍କ ପୀଠରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ। ସେହିପରି ଚତୁର୍ଥାମୃର୍ତ୍ତଙ୍କ ଉଦ୍ଦେଶ୍ୟରେ ପାଠ ବସ୍ତ୍ର,ପିଠା ପାଇଁ ବିରି,ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫଳ ମୂଳ,ତୁଳସୀ,ଫୁଲ, ଚନ୍ଦନ,ଅଗୁର ଆଦି ଭାରରେ ଯାଇଥାଏ । ଅଷ୍ଟମ ପୂର୍ବ ଦିନ ଠାରୁ ଏହି ଭାର ଅଞ୍ଚଳ ବାସୀଙ୍କ ସହଯୋଗରେ ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.