Below header

ଅଷ୍ଟ୍ରେଲଆ ବିପକ୍ଷ ଶେଷ ଟି-୨୦ ଜିତିଲା ଭାରତ, କଙ୍ଗାରୁ ଦଳକୁ ୬ ରନରେ କଲା ପରାସ୍ତ

ଅଷ୍ଟ୍ରେଲଆ ବିପକ୍ଷ ଶେଷ ଟି-ଟ୍ବେଣ୍ଟି ଜିତିଲା ଭାରତ । କଙ୍ଗାରୁ ଦଳକୁ ୬ ରନରେ ପରାସ୍ତ କରିଛି । ଏଥିସହ ୫ଟିକିଆ ସିରିଜକୁ ୪-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆ ଆଗରେ ୧୬୦ ରନ୍ କରିଥିଲା ।

କେନ୍ୟୁଜ: ଅଷ୍ଟ୍ରେଲଆ ବିପକ୍ଷ ଶେଷ ଟି-ଟ୍ବେଣ୍ଟି ଜିତିଲା ଭାରତ । କଙ୍ଗାରୁ ଦଳକୁ ୬ ରନରେ ପରାସ୍ତ କରିଛି । ଏଥିସହ ୫ଟିକିଆ ସିରିଜକୁ ୪-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଭାରତ ଅଷ୍ଟ୍ରେଲିଆ ଆଗରେ ୧୬୦ ରନ୍ କରିଥିଲା । ଜବାବରେ ଭ୍ରମଣକାରୀ ଦଳ ୮ ୱିକେଟ ହରାଇ ୧୫୪ ରନ କରି ପାରିଥିଲା । ୧୬ ଓଭର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ଅଷ୍ଟ୍ରେଲିଆ କରିଥିଲା ୧୨୪ ରନ୍ । ଭଲ ସ୍ଥିତିରେ ରହିଥିଲା ।

କିନ୍ତୁ ୧୭ତମ ଓଭରରେ କଙ୍ଗାରୁ ବାହିନୀ ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ ମୁକେଶ କୁମାର । ୨ ଜଣଙ୍କୁ ଆଉଟ୍ କରିଥିଲେ । ୧୮ତମ ଓଭରରେ ଅଭେଶ ଖାନ ୧୫ ରନ୍ ଦେଇ ଅଷ୍ଟ୍ରେଲିଆର ବିଜୟ ଆଶା ସଞ୍ଚାର କରିଥିଲେ । ଶେଷ ଓଭରରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୧୦ ରନ ଆବଶ୍ୟକ ଥିଲା । କିନ୍ତୁ ଅର୍ଶଦୀପ ସିଂ ମାତ୍ର ୩ ରନ୍ ଦେଇ ଭାରତରୁ ୬ ରନରେ ବିଜୟୀ କରାଇଥିଲେ ।

ମୁକେଶ କୁମାର ୩ ୱିକେଟ ନେଇଥିବା ବେଳେ ରବି ବିଷ୍ଣୋୟୀ ଓ ଅର୍ଶଦୀପ ସିଂହଙ୍କୁ ଦୁଇଟି ଲେଖାଏଁ ୱିକେଟ ମିଳିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବେନ ଡେର ମୋଟ ସର୍ବାଧିକ ୫୪ ରନ କରିଥିଲେ । ପୂର୍ବରୁ ଶ୍ରେୟସ ଆୟରଙ୍କ ୫୩ ଓ ଅକ୍ଷର ପଟେଲଙ୍କ ୩୧ ରନ ବଳରେ ଭାରତ ୮ ୱିକେଟ ହରାଇ ୧୬୦ ରନ କରିଥିଲା । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପ୍ରଥମ ଟି-ଟ୍ବେଣ୍ଟି ସିରିଜି ଜିତିଛି ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.