ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ: ୧୯ଦିନର ଅଧିବେଶନରେ ରହିଛି ୧୫ଟି କାର୍ଯ୍ୟଦିବସ

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ। ସପ୍ତଦଶ ଲୋକସଭାର ଏହା ଶେଷ ପୂର୍ଣ୍ଣକାଳୀନ ଅଧିବେଶନ। ଚଳିତ ଅଧିବେଶନ ସରଗରମ ହେବା ସମ୍ଭାବନା ରହିଛି । ଆଜି ପ୍ରଥମ ଦିନରେ ଲୋକସଭା ଏଥିକ୍ସ କମିଟି ଦ୍ବାରା ସାଂସଦ ମହୁଆ ମୈତ୍ରାଙ୍କ ସଦସ୍ୟ ପଦ ରଦ୍ଦ ନେଇ ପ୍ରସ୍ତାବ ଉପରେ ଆଲୋଚନା ହେବ ।

ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ। ସପ୍ତଦଶ ଲୋକସଭାର ଏହା ଶେଷ ପୂର୍ଣ୍ଣକାଳୀନ ଅଧିବେଶନ। ଚଳିତ ଅଧିବେଶନ ସରଗରମ ହେବା ସମ୍ଭାବନା ରହିଛି । ଆଜି ପ୍ରଥମ ଦିନରେ ଲୋକସଭା ଏଥିକ୍ସ କମିଟି ଦ୍ବାରା ସାଂସଦ ମହୁଆ ମୈତ୍ରାଙ୍କ ସଦସ୍ୟ ପଦ ରଦ୍ଦ ନେଇ ପ୍ରସ୍ତାବ ଉପରେ ଆଲୋଚନା ହେବ। ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ୧୯ଦିନର ଅଧିବେଶନରେ ରହିଛି ୧୫ଟି କାର୍ଯ୍ୟଦିବସ।

ଏହି ସମୟରେ ୨ଟି ଆର୍ଥିକ ବିଲ ସମେତ ୨୧ଟି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ ହେବ। ଚଳିତ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀର ଦୁରୂପଯୋଗ, ମଣିପୁର ପ୍ରସଙ୍ଗରେ ବିଜେପିକୁ ଘେରିବେ ବିରୋଧୀ।

ଭାରତ ଭିତରେ ଚୀନର ଅନଧିକାର ଦାବି ମଧ୍ୟ ଉଦବେଗଜନକ ପ୍ରସଙ୍ଗ ବୋଲି କହିଛି କଂଗ୍ରେସ। ଅପରାଧିକ ଆଇନ ସ୍ଥାନରେ ଆଗତ ହେବାକୁ ଥିବା ତିନି ବିଧେୟକୁ ଇଂରାଜୀ ନାମ କରିବାକୁ ଦାବି କରିଛି ଟିଏମସି। ଅନ୍ୟପଟେ ସୁରୁଖୁରୁରେ ଗୃହ କାର୍ଯ୍ୟ ନେଇ ସମସ୍ତ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସଂସଦୀୟ ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.