Below header

ରାତି ପାହିଲେ ପରୁହାଁ ହେବେ ବଡ଼ ଠାକୁର, ମାମୁଁଘର ଆସିଲା ପୋଢୁଆଁ ଭାର

ରାତି ପାହିଲେ ପରୁହାଁ ହେବେ ବଡ଼ ଠାକୁର । ବଡ଼ଠାକୁରଙ୍କର ହେବ ମାନବୀୟ ଲିଳା । ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ମାଧବ ମନ୍ଦିରରୁ ଆସିଛି ପ୍ରଥମାଷ୍ଟମୀ ଭାର।

ପୁରୀ : ରାତି ପାହିଲେ ପରୁହାଁ ହେବେ ବଡ଼ ଠାକୁର । ବଡ଼ଠାକୁରଙ୍କର ହେବ ମାନବୀୟ ଲିଳା । ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ମାଧବ ମନ୍ଦିରରୁ ଆସିଛି ପ୍ରଥମାଷ୍ଟମୀ ଭାର। ପ୍ରଥମାଅଷ୍ଟମୀ ଅବସରରେ ନୂତନ ପଢୁଆଁ ବସ୍ତ୍ର ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲାଗି କରିବା ପାଇଁ ଆଜି ଶ୍ରୀ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ତେବେ ମହାପ୍ରଭୁଙ୍କର କୌଣସି ମାମୁ ଘର ନଥିବା କୁହାଯାଉଥିଲେ ମଧ୍ୟ ଶ୍ରଦ୍ଧାର ସହିତ ମାଧବନନ୍ଦ ଜୀଉ ମନ୍ଦିରରୁ ଗତ କିଛି ବର୍ଷ ହେଲା ପ୍ରଥମାଷ୍ଟମୀ ଭାର ଆସୁଅଛି ।

ସେହିପରି ପରମ୍ପରା ନେଇ ଗର୍ବ କରେ ଓଡ଼ିଆ । ତେଣୁ ପ୍ରତି ମାସରେ ପାଳିଥାଏ କିଛି ନା କିଛି ପର୍ବ । ଏଇ ଯେମିତି ପ୍ରଥମାଷ୍ଟମୀ । ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ। ନୂଆ ପୋଷାକ ସାଙ୍ଗକୁ ହଳଦି ପତର ପିଠାର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର । ଛେନା ପୁର ହଳଦି ପତରରେ ପ୍ରସ୍ତୁତ ହୋଇଥିବା ଏହି ଏଣ୍ଡୁରୀ ପିଠାର ମହକରେ ସତେ ଯେମିତି ପୁରି ଉଠୁଛି ଘର ଆଉ ପରିବେଶ ।

ପିଠା ପ୍ରସ୍ତୁତ ହେବା ପରେ ବୃନ୍ଦାବତୀଙ୍କ ନିକଟରେ ପିଢାପଟା ପକାଯାଇ ଘରର ବଡ଼ମାନଙ୍କୁ ଚନ୍ଦନ ସିନ୍ଦୁରରେ ସୁନ୍ଦର ଭାବରେ ସଜ୍ଜାଯାଇ ବସା ଯାଇଥାଏ । ଏହା ପରେ ଦୁବ ବରକୋଳି ପତ୍ରରେ ବନ୍ଦାପନା କରିଥାନ୍ତି ଘରର ମହିଳାମାନେ । ତେବେ ପ୍ରତି ପୂଜା ପାର୍ବଣରେ ଅନେକଙ୍କୁ ସମ୍ମାନ ପାଇଁ କରାଯାଉଥିବା ବେଳେ ପ୍ରଥମାଷ୍ଟମୀକୁ ଘରର ବଡ଼ମାନଙ୍କୁ ସେମାନଙ୍କର ବଡ଼ ହେବାର ଅଧିକାର ପାଇଁ ପୂଜାର୍ଚ୍ଚନା କରା ଯାଇଥାଏ । ତେବେ ଶ୍ରୀକ୍ଷେତ୍ରରେ ବଡ଼ ଠାକୁରଙ୍କୁ ମଧ୍ୟ ପୋଢୁଆଁ କରାଯାଇଥାଏ । ନିଆଳି ମାଧବ ମନ୍ଦିରରୁ ବଡ଼ ଠାକୁରଙ୍କ ପାଇଁ ପୋଢୁଆଁ ଭାର ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.