ଶ୍ରୀଜିଉଙ୍କ ପାଇଁ ଆସୁଛି ପ୍ରଥମାଷ୍ଟମୀ ଭାର, ଢୋଲ ଓ ମହୁରି ବାଦ୍ୟରେ କମ୍ପୁଛି ପରିବେଶ

ନିଆଳିର ମାଧବାନନ୍ଦ ଜିୟୁଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଗଲା ପ୍ରଥମାଷ୍ଟମୀ ଭାର।

ନିଆଳିର ମାଧବାନନ୍ଦ ଜିୟୁଙ୍କ ପୀଠରୁ ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଅଭିମୁଖେ ଗଲା ପ୍ରଥମାଷ୍ଟମୀ ଭାର। ଉତ୍କଳୀୟ ପରମ୍ପରାରେ ବାର ମାସରେ ତେର। ସେଥି ମଧ୍ୟରୁ ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ପ୍ରଥମାଷ୍ଟମୀ। ଏହି ଦିନ ଘରର ଜ୍ୟେଷ୍ଠ ପୁଅ ଓ ଝିଅ ମାନେ ନବ ବସ୍ତ୍ର ପରିଧାନ କରୁଥିବା ବେଳେ ପିଠାପଣା,ଭୋଗରାଗରେ ଘରେ କରାଯାଇଥାଏ। ଏହି ଜ୍ୟେଷ୍ଠ ପିଲାମାନଙ୍କ ପାଇଁଁ ନବ ବସ୍ତ୍ର ସାଧାରଣତଃ ମାମୁଁ ଘରୁ ଆସିଥାଏ।

ସେହିପରି ଦେବଦେବୀଙ୍କ କ୍ଷେତ୍ରରେ ଏହା ପ୍ରଚଳିତ ହୋଇଥାଏ। ବିଶ୍ବ ନିୟନ୍ତା ପ୍ରଭୁ ଶ୍ରୀଜିୟୁଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକର ମାଧବାସ୍ଥିତ ମାଧବାନନ୍ଦ ଜିୟୁଙ୍କ ପୀଠ । ଏହି ଅବସରରେ ଏହି ମାଧବାନନ୍ଦ ଜିୟୁଙ୍କ ପୀଠରୁ ପୁରି ଶ୍ରୀ ମନ୍ଦିରକୁ ପୋଢୁଆଁ ଭାର ଯାଇଥାଏ। ମଝିରେ କୌଣସି କାରଣ ନେଇ କିଛି ବର୍ଷ ଏହି ପରମ୍ପରା ବନ୍ଦ ରହିଥିବା ବେଳେ ପୁଣି ମାଧବାନନ୍ଦ ଜିୟୁ ବିକାଶ ପରିଷଦ ପକ୍ଷରୁ ଏହି ପରମ୍ପରାକୁ ପୁନରୁଦ୍ଧାର କରାଯାଇଛି। ପାଞ୍ଚ ଦିନ ଧରି ଏହା କରାଯାଉଥିବା ବେଳେ ଦିନକୁ ଦିନ ଏହି କାର୍ଯ୍ୟକ୍ରମର ଆଦର ଓ ପ୍ରସାର ପଚାର ବୃଦ୍ଧି ପାଇଛି। ଏଥିରେ ବିଭିନ୍ନ ସଂଙ୍କିତନ ମଣ୍ତଳି ସଂଙ୍କିତନ ପରିବେଷଣ କରିଥାନ୍ତି। ଫଳରେ ମାଧବାନନ୍ଦ ଜିୟୁଙ୍କ ପୀଠରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ।

kirtan

ଏହି ଅବସରରେ ଆଜି ବା ସୋମବାର ସପ୍ତମୀ ତିଥିରେ ଠାକୁରଙ୍କ ମାମୁଁ ଘର ଶ୍ରୀମାଧବଙ୍କ ପୀଠରୁ ଶ୍ରୀକ୍ଷେତ୍ରକୁ ପୋଢୁଆଁ ଭାର ଯାତ୍ରା ବାହାରିଛି । ଶ୍ରୀଜିଉଙ୍କ ପାଇଁ ପାଟବସ୍ତ୍ର ଓ ଅନ୍ୟାନ୍ୟ ପୋଢୁଆଁ ସାମଗ୍ରୀ ପଠାଯାଉଛି । ପାଟ ବସ୍ତ୍ର,ପିଠା ପାଇଁ ବିରି,ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫଳ ମୂଳ,ତୁଳସୀ,ଫୁଲ, ଚନ୍ଦନ,ଅଗୁର ଆଦି ଭାରରେ ପଠାଯାଉଛି । ଭୋଇ ସେବକମାନେ ଆଗରେ ପତାକା ଧରି ଚାଲିଛନ୍ତି । ଢୋଲ ଓ ମହୁରି ମଙ୍ଗଳବାଦ୍ୟରେ ପରିବେଶ କମ୍ପୁଛି । ପଛକୁ ଗଡ଼ୁଆ ସେବକ ଓ ପାଇକ ଆଖଡା କରୁଛନ୍ତି । ଏହା ସହିତ ରାମତାଳି ଓ ଲାଉଡ଼ି ପ୍ରଦର୍ଶନ କରାଯାଉଛି ।

ଯାତ୍ରା ବାଟରେ ପ୍ରାୟ ୯୦ରୁ ଅଧିକ ସୁଶୋଭିତ ସଂକୀର୍ତ୍ତନ ଦଳ ଓ ଘଣ୍ଟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ୨୦ ଜଣ ବେହେରା ସେବକ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି । ଅଷ୍ଟମ ପୂର୍ବ ଦିନ ଠାରୁ ଏହି ଭାର ଅଞ୍ଚଳବାସୀଙ୍କ ସହଯୋଗରେ ଯାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.