ରାଜଧାନୀରେ ୨୪ ଘଣ୍ଟାରେ ୩ଟି ଲୁଟ୍‌ ଘଟଣା ନେଇ ଚିନ୍ତାରେ: ପ୍ରଥମ କ୍ରାଇମ ମିଟିଂ ଡାକିଲେ ନୂଆ ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର(କେନ୍ୟୁଜ): ରାଜଧାନୀରେ ୨୪ ଘଣ୍ଟାରେ ୩ଟି ଲୁଟ୍‌ ଘଟଣା ନେଇ ପୋଲିସର ମୁଣ୍ଡବ୍ୟଥା ପାଲଟିଛି। ଭୁବନେଶ୍ୱରର ନୂଆ ଡିସିପି ଭାବେ ପ୍ରତୀକ ସିଂ ଦାୟିତ୍ୱ ନେବା ପରେ ପ୍ରଥମ କ୍ରାଇମ ମିଟିଂ । ଡିସିପିଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ କ୍ରାଇମର ସମୀକ୍ଷା ହୋଇଛି । ଆଜି ଦିନ ଦ୍ୱିପ୍ରହରରେ ଘାଟିକିଆ ଅଞ୍ଚଳରେ ଚାଲିଚାଲି ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ୍‌ ଉଦ୍ୟମ ହୋଇଥିଲା । ଛିଣ୍ଡା ଚେନକୁ ହାତରେ ଧରି ଭରତପୁର ଥାନାରେ ଅଭିଯୋଗ କରିଥିଲେ ମହିଳା।

ସେହିପରି ଗତକାଲି ନୀଳାଦ୍ରି ବିହାରରେ ଜୟନ୍ତୀ ମିଶ୍ର ଅଫିସରୁ ଘରକୁ ସନ୍ଧ୍ୟାରେ ଫେରୁଥିବା ସମୟରେ ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଧକ୍କା ମାରିବା ସହ ମୋବାଇଲ ଫୋନ ଲୁଟି ନେଇଥିଲେ । ଗତ ୮ ତାରିଖରେ ମୁକେଶ ଷଡ଼ଙ୍ଗୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ ଲୁଟି ନେଇଥିଲେ ମୋବାଇଲ ଫୋନ । ସହରର ସମସ୍ତ ଥାନା ଅଧିକାରୀ ଏବଂ ପିଓପିଡି ଟିମକୁ ଆଲର୍ଟ କରିଛନ୍ତି ଡିସିପି ପ୍ରତୀକ ସିଂ । ଖୁବଶୀଘ୍ର ଅପରାଧୀଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ ଗଠନ ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.