ଆଡୋବ୍‌ ଇଣ୍ଡିଆ ଏମ୍‌ଡି ପଦରେ ଓଡ଼ିଆ ଝିଅ ପ୍ରତିଭା ମହାପାତ୍ର

ଏହି ପଦରେ ଅବସ୍ଥାପିତ ହେବାରେ ପ୍ରଥମ ମହିଳା

କେନ୍ଯୁଜ୍: ଆଡୋବ୍‌ ଇଣ୍ଡିଆ ଏମ୍‌ଡି ପଦରେ ଓଡ଼ିଆ ଝିଅ ପ୍ରତିଭା ମହାପାତ୍ର। ଏହି ପଦରେ ଅବସ୍ଥାପିତ ହେବାରେ ପ୍ରଥମ ମହିଳା। ଆଡୋବ୍‌ରେ ଜଏନ୍‌ କରିବା ପୂର୍ବରୁ ପ୍ରତିଭା ଆଇବିଏମ୍‌ରେ କାମ କରୁଥିଲେ। ସାନ୍‌ ଜୋସ୍‌ ସ୍ଥିତ ଆଡୋବ କମ୍ପାନୀର ଭାରତରେ ଥିବା ତିନିଟି ବିଜନେସ୍‌ ୟୁନିଟ୍‌କୁ ସେ ସମ୍ଭାଳିବେ।

ଆଡୋବ ଏକ୍ସପିରିଅନ୍‌ସ କ୍ଲାଉଡ୍‌, ଆଡୋବ କ୍ରିଏଟିଭ୍‌ କ୍ଲାଉଡ୍‌ ଏବଂ ଆଡୋବ ଡକ୍ୟୁମେଣ୍ଟ କ୍ଲାଉଡର ଦାୟିତ୍ୱରେ ରହିବେ ପ୍ରତିଭା। ପୂର୍ବରୁ କୋରିଆ ଓ ଅଷ୍ଟ୍ରେଲିଆରେ ଆଡୋବର ଏମ୍‌ଡି ଦାୟିତ୍ୱରେ ମହିଳା ରହିଛନ୍ତି। ଏବେ ଭାରତରେ ଜଣେ ମହିଳାଙ୍କୁ ଏମ୍‌ଡି ଦାୟିତ୍ୱ ଦିଆଯାଇଛି। IBM ପାଇଁ ଦୀର୍ଘ ୧୫ ବର୍ଷ କାର୍ଯ୍ୟ କରିବା ପରେ ସେ ଆଡୋବରେ ଯୋଗ ଦେଇଥିଲେ। ପୂର୍ବତନ XIMB ଛାତ୍ରୀ ପ୍ରତିଭା ୧୯୯୨ରେ ଏନ୍‌ଆଇଟି ରାଉରକେଲାର ପଢିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.