ଆପଣଙ୍କ ସାହାଯ୍ଯ ଅପେକ୍ଷାରେ ତୁଷାର, ଅର୍ଥ ଅଭାବରୁ ହସ୍ପିଟାଲ୍ ବେଡରେ ଜୀବନ ସହ କରୁଛି ସଂଘର୍ଷ

କେନ୍ଯୁଜ୍ ଓଡିଶା : ହସ୍ପିଟାଲ୍ ବେଡରେ ଜୀବନ ସହ ସଂଗ୍ରାମ କରୁଛି ୧୩ ବର୍ଷର ତୁଷାର। ଭଲ ନାଁ ତୁଷାର ରଞ୍ଜନ ସା। ବରଗଡ଼ ଜିଲ୍ଲା ବିଜେପୁର , ଯୋଖିପାଲୀ ଗ୍ରାମରେ ଘର । ବାପା ଗିରିଶ ଚନ୍ଦ୍ର ସା ଜଣେ ପିଇଟି ଶିକ୍ଷକ। ବାପାଙ୍କ ସହ ସବୁଦିନେ ସ୍କୁଲ ଯିବା ଆସିବା କରୁଥିଲା ତୁଷାର। । ଶିଶୁମନ୍ଦିର ବିଦ୍ଯାଳୟରେ ୮ମ ଶ୍ରେଣୀରେ ପାଠ ପଢୁଥିଲା ।

ପରିବାରରେ ସବୁକିଛି ଠିକ୍ ଚାଲିଥିଲା । ଖେଳକୁଦ ସାଙ୍ଗକୁ ସ୍କୁଲରେ ଭଲ ପାଠବି ପଢୁଥିଲା ତୁଷାର। କିନ୍ତୁ ହଠାତ୍ ମାଡି ଆସିଲା ଦୁଃଖର କଳା ବାଦଲ। ଗତ ୨ତାରିଖ ଦିନ ତୁଷାରକୁ ଜ୍ବର ହେଲା । ଦେଖୁ ଦେଖୁ ତିନିଦିନ ଭିତରେ ଜ୍ବର ଆଉ ନିୟନ୍ତ୍ରଣକୁ ଆସିନଥିଲା । ଯାହାଫଳରେ ଗୁରୁତର ହୋଇପଡ଼ିଲା ତୁଷାରେ। ଗତ୫ ତାରିଖ ଦିନ ବୁର୍ଲା ମେଡ଼ିକାଲରେ ଭର୍ତି କରାଗଲା । ଆଉ ସେଠୁ ଜଣାପଡ଼ିଥିଲା ତୁଷାରର ଅକ୍ସିଜେନ ଲେବଲ ୮୦ କୁ ଖସିଆସିଛି । ଯାହାକି ସମସ୍ତଙ୍କର ଚିନ୍ତା ବଢାଇଦେଲା। ସାଧାରଣ ଜ୍ୱରରେ ଅକ୍ସିଜେନ ସ୍ତର ଏତେ ତଳକୁ ଖସି ତୁଷାର ଏଭଳି ଗୁରୁତର ହୋଇଯିବ ବୋଲି କେହି କେବେ ଭାବିନଥିଲୋ

ବୁର୍ଲା ମେଡ଼ିକାଲରେ ଚିକିତ୍ସା ପାଇଁ ଅସୁବିଧା ହେବାରୁ, ୬ ତାରିଖ ଦିନ କଟକ ବଡ଼ ମେଡ଼ିକାଲକୁ ରେଫର କରାଗଲା । କିନ୍ତୁ କଟକ ବଡ଼ମେଡ଼ିକାଲରେ ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ନପାଇବାରୁ ସଂଗେ ସଂଗେ ତୁଷାର ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି ହେଲା । ସେଠାରେ ସିଟି ସ୍କାନର ରିପୋର୍ଟରୁ ଜଣାପଡିଲା ତୁଷାରଙ୍କର ୭୦ ପ୍ରତିଶତ ଫୁସଫୁସ ନଷ୍ଟ ହୋଇଯାଇଛି । ଏକଥା ଶୁଣି ସତେ ଯେମିତି ପାଦ ତଳୁ ମାଟି ଖସିପଡିଲା ବାପା ମାଙ୍କର । ଏପଟେ ଅକ୍ସିଜେନ ଦିଆଯାଇ ସ୍ତର ବଢାଇବାକୁ ଚେଷ୍ଟା ଜାରି ରହିଥିବାବେଳେ ଡ଼ାକ୍ତର କହିଛନ୍ତି ସ୍ଥିତି ବିଗିଡ଼ିବା ସହ ଅନେକ ଅତ୍ୟାଧୁନିକ ଚିତ୍କିସା ଆବଶ୍ଯକ। ହେଲେ ଚିକିତ୍ସା ପାଇଁ ଏବେ ବାଧକ ସାଜିଛି ଅର୍ଥ । ଏତେ ଗୁଡାଏ ଟଙ୍କା ଯୋଗାଡ କରିବା ଏହି ପରିବାର ପାଇଁ ଅସମ୍ଭବ। ତେଣୁ ପୁଅକୁ ବଞ୍ଚାଇବା ପାଇଁ ବାପାମା ହାତ ଯୋଡି ସମସ୍ତଙ୍କୁ ଗୁହାରି କରିଛନ୍ତି ।

ଯଦି କୌଣସି ସହୃଦୟ ବ୍ୟକ୍ତି ତୁଷାରକୁ ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଯୋଗାଯେୋଗ କରନ୍ତୁ ଏହି ଠିକଣାରେ । ଆପଣଙ୍କ ସାହାଯ୍ଯ ହୁଏତ ଏଇ କୁନି ପିଲାକୁ ପୁଣି ଥରେ ନୂଆ ଜୀବନ ଦେଇପାରିବ।

tushar

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.