ଭୁବନେଶ୍ବର (କେନ୍ୟୁଜ୍) : ପଦ୍ମ ଧରିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ। ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ବିଜେଡିରେ ଅଣଦେଖା ଅଭିଯୋଗ କରି ଗତ ୨୦ ତାରିଖରେ ସେ ଦଳ ଛାଡିଥିଲେ। ଏହାସହ ପ୍ରତ୍ୟୁଷା କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ତାଙ୍କ ମିଶିବା ନେଇ ସଙ୍କେତ ଦେଇଥିଲେ। ମାତ୍ର ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି। ଏହାସହ କନ୍ଧମାଳ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇପାରନ୍ତି।