ନିର୍ବାଚନରେ ଦୁଇ ଭଉଣୀ, ଜଣେ ‘ବିଜେଡି’ ଜଣେ ‘କଂଗ୍ରେସ’ ଏ ହେଉଛି ସୁନ୍ଦରଗଡ଼ର କାହାଣୀ

ଭୁବନେଶ୍ବର (କେନ୍ୟୁଜ୍) : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ଏଥର ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। କିନ୍ତୁ ସବୁଠାରୁ ଖାସ କଥା ହେଉଛି ଦୁହେଁ ଭିନ୍ନ ଭିନ୍ନ ଦଳରୁ ନିର୍ବାଚନ ଲଢୁଛନ୍ତି। ଆଜ୍ଞା ହଁ, ହେମାନନ୍ଦଙ୍କ ବଡ଼ ଝିଅ ସୁନୀତା ବିଶ୍ୱାଳ ସୁନ୍ଦରଗଡ଼ ବିଜେଡିରୁ ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ସାନ ଝିଅ ଅମିତା ବିଶ୍ୱାଳ କଂଗ୍ରେସ ଟିକେଟରେ ସୁନ୍ଦରଗଡ ବିଧାନସଭା ନିର୍ବାଚନରୁ ଲଢୁଛନ୍ତି।

ଟିକେଟ ପାଇବା ପରେ ରାହୁଲ ଗାନ୍ଧୀ ଏବଂ ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅମିତା ବିଶ୍ବାଳ । ଶିକ୍ଷା,ସ୍ବାସ୍ଥ୍ୟ ଏବଂ ଚାଷୀ ସମସ୍ୟାକୁ କେନ୍ଦ୍ର କରି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ତେବେ ଭଉଣୀଙ୍କ ବିଜେଡିରୁ ଲଢ଼ୁଥିବା ନେଇ କୌଣସି ପ୍ରଭାବ ପଡିବ ନାହିଁ। ବାପ ହେମାନନ୍ଦଙ୍କ ସହ ମିଶି ପ୍ରଚାର କରିବେ ବୋଲି କହିଛନ୍ତି ସୁନିତା।

ଆଗରୁ ଦୁହେଁ କେବେ ବି କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନଥିଲେ। ଦୁହିଁଙ୍କ ନିର୍ବାଚନରେ ପ୍ରଥମ ଥର ପାଦ ରଖିଥିବା ବେଳେ ସୂଚନାଯୋଗ୍ୟ ଯେ ସୁନୀତା ବିଶ୍ୱାଳ କିଛି ଦିନତଳେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ନିର୍ବାଚନରେ ଭଉଣୀଙ୍କ ସହ ପ୍ରତିଦ୍ବନ୍ଦୀତା ନେଇ ଖୁବ ଉତ୍ସହ ଥିବା କହିଛନ୍ତି ସୁନିତା ବିଶ୍ବାଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.