ଯାଜପୁର :ବାଇକ ସହ କଣ୍ଟେନର ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ

ଯାଜପୁର(କେନ୍ଯୁଜ): ଯାଜପୁରରେଏକ ବାଇକ ସହ କଣ୍ଟେନରର ଦୁର୍ଘଟଣା ହୋଇଛି। ଫଳରେ ଘଟଣା ସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି। ଘଟଣାଟି ଯାଜପୁର ଜିଲ୍ଲାର ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଯାଜପୁର ଟାଉନ ମଙ୍ଗଳପୁର ଅଞ୍ଚଳର ଦେବ ପ୍ରସସାଦ ରାୟ।

ସେ ବାଇକ ଯୋଗେ ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଡମ୍ପର ଗାଡ଼ି ତାଙ୍କୁ ସାଇଡ୍ ମାରିବାରୁ ଦେବ ପ୍ରସାଦ ତଳେ ପଡ଼ିଯାଇଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ କଣ୍ଟେନର ତାଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଖବର ପାଇ ଧର୍ମଶାଳା ପୋଲିସ ମୃତ ଦେହକୁ ଉଦ୍ଧାର କରି ଦୁର୍ଘଟଣା କରିଥିବା କଣ୍ଟେନରକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି।