ନିର୍ଦ୍ଦୟ ସ୍ୱାମୀ : ନିଜ ପୁରୁଷ ପଣିଆ ଦେଖାଇ ସ୍ତ୍ରୀ ମୁହଁରେ ଦେଲା ଆଇରନ୍‌ ଚେଙ୍କ, ରାଜଧାନୀ ଭୁବନେଶ୍ୱରର ଘଟଣା

ଭୁବନେଶ୍ୱର (କେ ନ୍ୟୁଜ୍‌) : ପାରିବାରିକ ଗଣ୍ଡଗୋଳରୁ ପତ୍ନୀକୁ ଆଇରନ୍‌ରେ ଚେଙ୍କ ଦେଲା ସ୍ୱାମୀ । ଏହି ଘଟଣା ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବେହେରା ସାହିରେ । ପତ୍ନୀ ପୂଜା ବେହେରା ଘଟଣାକୁ ନେଇ ମହିଳା ଥାନାରେ ଏତଲା ଦେଇଛନ୍ତି । ସେ କହିଛନ୍ତି ତାଙ୍କ ବେକାର ସ୍ୱାମୀ ରଣଜିତ ବେହେରା ସବୁ ବେଳେ ଘରେ ଗଣ୍ଡଗୋଳ କରନ୍ତି । ଆଜି ସେହିଭଳି ସାମାନ୍ୟ କଥାକୁ ନେଇ ମାରପିଟ୍‌ କରିବା ସହ ଗରମ ଆଇରନ୍‌ରେ ତାଙ୍କ ମୁହଁ ଓ ଦେହରେ ଚେଙ୍କ ଦେଇଥିଲେ । ଫଳରେ ପୂଜାଙ୍କ ମୁହଁ ଓ ଦେହ ପୋଡ଼ି ଯାଇଛି । ତାଙ୍କୁ ପଡ଼ିଶା ଲୋକ ଆହତ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲ ନେଇଥିଲେ । ଚିକିତ୍ସା ପରେ ପୂଜା ଥାନାକୁ ଆସି ଏତଲା ଦେବା ପରେ ପୋଲିସ୍‌ ରଣଜିତଙ୍କୁ ଖୋଜୁଛି ।
୧୪ ବର୍ଷ ହେଲା । ରଣଜିତ ଓ ପୂଜାଙ୍କ ବିବାହକୁ ୧୪ ବର୍ଷ ହେଲାଣି । ସେମାନଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ସ୍ୱାମୀ ସବୁବେଳେ ତାଙ୍କୁ ନିର୍ଯାତନା ଦେଇ ଆସୁଥିବା ପୂଜା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.