Below header

କ୍ରିକେଟର ରୁ ରାଜନେତା : ଜାଣନ୍ତୁ କିଏ ପାଲଟିଛନ୍ତି ବିଶିଷ୍ଟ ଖେଳାଳିରୁ ରାଜନୀତିଜ୍ଞ

ନୂଆଦିଲ୍ଲୀ: ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଗତକାଲି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କର ବିଜେପି ଟିକେଟରେ ନୂଆଦିଲ୍ଲୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। ଦେଶ ସେବାର ଏପରି ମଉକା ମିଳିଥିବା ନେଇ ଗମ୍ଭୀର ଖୁସି ହୋଇଥିବା କହିଛନ୍ତି। ତେବେ ସେ ନରେନ୍ଦ୍ର ମୋଦିଙ୍କ ନୀତିରେ ଅନୁପ୍ରାଣିତ ହୋଇ ଏହି ନିଷ୍ପତି ନେଇଥିବା କହିଥିଲେ। ଏହା ପ୍ରଥମ ଥର ନୁହଁ ହେବେ ଜଣେ କ୍ରିକେଟର ରାଜନୀତିରେ ପାଦ ଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ କ୍ରିକେଟ୍ ତାରକା ରାଜନୀତିରେ ପାଦ ଦେଇ ସାରିଛନ୍ତି। ଆସନ୍ତୁ ଜାଣିବା କିଏ।

gautam-gambhir-bjp-join

କ୍ରିକେଟର୍ ଟର୍ଣ୍ଣଡ ରାଜନେତା ହେଉଛନ୍ତି ନବଜୋତ୍ ସିଂହ ସିଦ୍ଧୁ। ସିଦ୍ଧୁଙ୍କ ରାଜନୈତିକ ଜୀବନି ୨୦୦୪ ମସିହାରେ ଆରମ୍ଭ ହୋଇଥିଲା। ତାଙ୍କୁ ବିଜେପି ପକ୍ଷରୁ ଅମ୍ରିତସରରୁ ଲୋକସଭା ଟିକେଟ୍ ମିଳିଥିଲା। ଏଥିରେ ସେ ବିଜୟ ଲାଭ ମଧ୍ୟ କରିଥିଲେ। ଏହାପରେ ପୁଣି ଥରେ ତାଙ୍କୁ ୨୦୦୯ ମସିହାରେ ବିଜେପି ଟିକେଟ ଦେଇଥିଲା ଖାଲି ସେତିକି ନୁହଁ ଏଥିରେ ସେ ଜିତିଥିଲେ ମଧ୍ୟ। ୨୦୧୬ରେ ସେ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଶପଥ ଗ୍ରହଣ କରି ସେହିବର୍ଷ ଜୁଲାଇରେ ଇସ୍ତଫା ଦେଇଥିଲେ।

ସେହିପରି ଏହି ତାଲିକା ଅନ୍ୟ କ୍ରିକେଟର୍ ମହମ୍ମଦ ଅଝାରୁଦ୍ଦିନ, କୀର୍ତ୍ତି ଅଜାଦ, ପ୍ରବୀଣ କୁମାର, ଚେତନ ଚୌହ୍ଵାନ, ବିନୋଦ କମ୍ବଲି, ମହମ୍ମଦ କୈଫ୍ ମଧ୍ୟ ସାମିଲ ରହିଛନ୍ତି। ଏହି ଖେଳାଳୀ ମାନେ ନିଜ କ୍ରିକେଟରେ ନିଜର ସମର୍ଥ ପ୍ରମାଣ କରିଥିବା ବେଳେ ରାଜନେତିରେ ମଧ୍ୟ ଧମାଲ ମଚାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.