କଂଗ୍ରେସ ଟିକେଟରେ ରଣପୁରରୁ ନିର୍ବାଚନ ଲଢିବେ ମିଲି ପଣ୍ଡା

କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। ରଣପୁର ବିଧାନସଭା ଆସନରୁ ନିର୍ବାଚନ ଲଢିବେ ଶୁଭଶ୍ରୀ । ପୂର୍ବରୁ ୨୦୧୪ରେ ମଧ୍ୟ ସେ ବିଧାନସଭା ନିର୍ବାଚନ ଲଢିଥିଲେ। ଆମ ଓଡ଼ିଶା ପାର୍ଟିର ଟିକେଟରେ ରଣପୁର ନିର୍ବାଚନ ଲଢି ପରାସ୍ତ ହୋଥିଲେ ସେ । ଗତବର୍ଷ ଅଗଷ୍ଟ ମାସରେ କଂଗ୍ରେସରେ ସାମିଲ ହୋଇଥିଲେ ଶୁଭଶ୍ରୀ । କଂଗ୍ରେସରେ ସାମିଲ ହେବା ପରେ ତାଙ୍କ ଉପରେ ଆସ୍ଥା ଦେଖାଇଛି ଦଳ। ଆଉ ବଦଳାଇଛି ରଣପୁରର ପ୍ରାର୍ଥୀ।

୨୦୧୪ରେ କଂଗ୍ରେସ ଟିକେଟରେ ରଣପୁରରେ ନିର୍ବାଚନ ଲଢିଥିବା ସତ୍ୟଜିତ ପଟ୍ଟନାୟକଙ୍କ ସ୍ଥାନରେ ଲଢିବେ ଶୁଭଶ୍ରୀ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବି ନାରାୟଣ ମହାପାତ୍ର ୬୦, ୭୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ପଞ୍ଚମ ସ୍ଥାନରେ ରହିଥିବା ଶୁଭଶ୍ରୀଙ୍କୁ ମାତ୍ର ୫ହଜାର ୯୧ ଖଣ୍ଡ ଭୋଟ ମିଳିଥିଲା । ଏହା ପରେ ସେ ନିଜ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଥିଲେ । ନିର୍ବାଚନ ଲଢିବା ଅପେକ୍ଷା ରାଜ୍ୟ ପାଇଁ କାର‌୍ୟ୍ୟ କରିବାକୁ ସେ ଆଗ୍ରହୀ ଥିବା କହିଥିଲେ।

Leave A Reply

Your email address will not be published.