ଜେଲରେ ଖାଇବା ନେବାକୁ ଧାଡିରେ ଛିଡା ହୋଇଥିବାବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସହ ସାମ୍ନାସାମ୍ନି ହେଲେ ଭାବୀ ସମୁଦି ଓ ଜ୍ବାଇଁ,କିଛି ସମୟ ପାଇଁ ହୋଇଗଲେ ଆଶ୍ଚର୍ଯ୍ୟ

କେନ୍ୟୁଜ୍(ବ୍ୟୁରୋ): ଜେଲ୍‌ ଭିତରେ ସାମ୍ନାସାମ୍ନି ହେଲେ ଭାବୀ ସମୁଦି ଓ ଜ୍ୱାଇଁ। ଖାଇବା ନେବାକୁ ଧାଡିରେ ଛିଡା ହୋଇଥିବାବେଳେ ପରସ୍ପର ସହ ଭେଟ ହୋଇଥିଲେ । ଅଭୟକାନ୍ତ ପାଠକ, ପୁଅ ଆକାଶ ଓ ପ୍ରଦୀପ ପାଣିଗ୍ରାହୀଙ୍କର ଭେଟ ହୋଇଥିଲା । ଅଭୟକାନ୍ତ ଓ ପ୍ରଦୀପ ପାଣିଗ୍ରାହୀ ପରସ୍ପରକୁ ଦେଖି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏମିତି ଲାଗୁଥିଲା ଯେଭଳି ପ୍ରଥମ ଥର ପାଇଁ ଭେଟାଭେଟି ହେଉଛନ୍ତି। ଏହାପରେ ଉଭୟ ଉଭୟଙ୍କୁ ଦେଖି କେମତି ଅଛ ବୋଲି ପଚାରି ହସିଥିଲେ।

ଭାବୀ ଜ୍ୱାଇଁ ଆକାଶଙ୍କ ସହ ମଧ୍ୟ ପ୍ରଦୀପ ପାଣିଗ୍ରାହୀଙ୍କ ଜେଲ୍‌ ଭିତରେ ଭେଟ ହୋଇଥିଲା। ଠକେଇ ଘଟଣା ଓ ବିବାହ ନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା ସୂଚନା ମିଳିଛି। ସେପଟେ ତାରକା ହୋଟେଲରେ ସମୟ କାଟୁଥିବା ବାପା-ପୁଅଙ୍କର ଜେଲ୍‌ ଖାଇବା ଜମା ରୁଚୁନଥିବା ଜଣାପଡିଛି । ୯ ତିଅଣ ଛ’ ଭଜା ବଦଳରେ ରାତି ଖାଇବାରେ ମିଳୁଛି କେବଳ ରୁଟି ଓ ତରକାରୀ । ଆଜି ରବିବାର ହୋଇଥିବାରୁ ଦୁଇ ଜଣଙ୍କ ପାଟିରେ ଆମିଷ ଝୋଳ ବାଜିବ। ହାତୀ ଦାନ୍ତ ପଲଙ୍କ ଛାଡି ଏବେ ସିମେଣ୍ଟ ଚଟାଣରେ ଶୋଇବାକୁ ପଡୁଛି। ଫଳରେ ନିଜ ଭାଗ୍ୟକୁ ଦୋଷ ଦେବା ଛଡା ବାପ-ପୁଅଙ୍କ ପାଖରେ କିଛି ବାଟ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.