ନିର୍ବାଚନ ପ୍ରଚାରକୁ ନେଇ ମଙ୍ଗଳପୁର ପଞ୍ଚାୟତରେ ରାଜନୈତିକ ହିଂସା, ଥାନାରେ ଏତଲା

ଯାଜପୁର ଟାଉନ(କେନ୍ୟୁଜ୍): ପଞ୍ଚାୟତ ନର୍ବାଚନ ପ୍ରଚାରକୁ ନେଇ ରାଜନୈତିକ ଗଣ୍ଡଗୋଳ ହୋଇଛି । ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କୁକିଛି ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ମଙ୍ଗଳପୁର ଅଞ୍ଚଳର ରଶ୍ମିରଂଜନ ଦାସ (୨୫) ନିଜ ବାଇକ୍‌ରେ ରନ୍ଥା ଜେନା (୪୦) ନାମକ ଜଣେ ସାଥିକୁ ବାଇକ୍ ପଛରେ ବସାଇ ଘରକୁ ଫେରୁଥିବା ରାସ୍ତାର ନଈସେପାରୀ ନିକଟରେ ଉକ୍ତ ପଞ୍ଚାୟତ ବଜରାପାଟ ଅଞ୍ଚଳର ଶେଖର ଧଳ (୪୨), ଶିଶିର ଧଳ (୪୦), ଶ୍ରୀମନ୍ତ ଧଳ (୩୮) ଓ ଅଭିଶେଖ ବଳ (୪୦) ମିଳିତଭାବେ ରଶ୍ମିରଂଜନଙ୍କୁ ଅଟକାଇଥିଲେ ।

ରଶ୍ମିରଂଜନ ଅଟକିବା ପରେ ଶେଖର ଧଳ ରଶ୍ମିରଂଜନଙ୍କ ବାଇକରୁ ଚାବିକାଠି କାଢ଼ିନେବାରୁ ରଶ୍ମିରଂଜନ ଏହାର ବିରୋଧ କରିବାପରେ ଶେଖର ଧଳ ତାଙ୍କୁ ଅଶ୍ଳୀଳଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ଅଭିଯୁକ୍ତମାନେ ରଶ୍ମିରଂଜନ ଓ ରନ୍ଥାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହିତ ଉଭୟଙ୍କୁ ବିଧା, ଗୋଇଠା, ଚାପୁଡ଼ା ମାରିଥିଲେ । ଏହି ସମୟରେ ଅନ୍ୟତମ ଅଭିଯୁ୍‌କ୍ତ ଅଭିଶେଖ ବଳ ନିକଟରେ ପଡ଼ିଥିବା ଏକ କାଠ ମୁଗୁର ସାହାଯ୍ୟରେ ଅଭିଶେଖଙ୍କ ବାଇକ୍‌କୁ ବାଡ଼େଇବାରୁ ବାଇକ୍‌ଟି ବହୁଳମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରୁ ତୁରନ୍ତ ପଳାଇ ନଗଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଘଟଣାକୁ ନେଇ ରଶ୍ମିରଂଜନ ମଙ୍ଗଳପୁର ଥାନାରେ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ସହିତ ନିଜ ଜୀବନପ୍ରତି ବିପଦ ଥିବା ଦର୍ଶାଇ ପୋଲିସ  ନିକଟରେ ସୁରକ୍ଷା ଦାବି କରିଥିଲେ ।

ଅଭିଯୋଗକୁ ଭିର୍ତ୍ତି କରି ପୋଲିସ କେସ୍ ନଂ. ୪୫/୨୨ ଓ ଆଟ୍ରୋସିଟି ଆକ୍ଟରେ ଏକ ମାମଲା ରୁଜୁକରି ଶୁକ୍ରବାର ରାତ୍ରିରେ ଦୁଇ ଅଭିଯୁକ୍ତ ଶେଖର ଓ ଶିଶିର ଧଳଙ୍କୁ ଥାନାକୁ ଡକାଇ ଘଟଣା ବିଷୟରେ ପଚାରା ଉଚରା କରିବା ସହିତ ଆବଶ୍ୟକ ହେଲେ ଥାନାରେ ହାଜର ହେବାକୁ ନୋଟିସ୍ ଦେଇ ଛାଡ଼ିଥିବା ଜଣାଯାଇଛି । ଅପରପକ୍ଷେ ରଶ୍ମିରଂଜନ ଅଭିଯୋଗ ମିଥ୍ୟା, ଭିର୍ତ୍ତିହିନ ଓ ଉଦ୍ଦେଶ୍ୟମୂଳକ ବୋଲି ଅଭିଯୁକ୍ତଙ୍କ ପକ୍ଷରୁ ଦର୍ଶାଯିବା ସହିତ ରଶ୍ମିରଂଜନଙ୍କ ବିରୁଦ୍ଧରେ ଥାନା କେସ୍ ନଂ. ୫୧/୨୨ରେ ଏକ ପାଲଟା ଅଭିଯୋଗ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.