୩୧ବର୍ଷରେ ପାଦ ଥାପିବ ଏକାମ୍ର ସାଂସ୍କୃତିକ ପ୍ରଜାଶନୀ ଜାତୀୟ ସ୍ତରୀୟ ଭଜନ ସମାରୋହ, ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଶିବରାତ୍ରୀ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଅନୁଷ୍ଠାନ

ଭୁବନେଶ୍ବର: ୩୧ବର୍ଷରେ ପାଦ ଥାପିବ ଏକାମ୍ର ସାଂସ୍କୃତିକ ପ୍ରଜାଶନୀ ଜାତୀୟ ସ୍ତରୀୟ ଭଜନ ସମାରୋହ । ଯାଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଶିବରାତ୍ରୀ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଅନୁଷ୍ଠାନ। ଚଳିତବର୍ଷ ମହାଶିବରାତ୍ରୀରେ ଭଜନ ମଣ୍ଡପରେ ଭୋର ୪ଟାରୁ ବେଦପାଠ, ଶିବ ସହସ୍ର ନାମ, ରାମ ଚରିତ ମାନସ ପାଠ ସହ ଖ୍ୟାତନାମା କଣ୍ଠଶିଳ୍ପୀ ବାପି ଲାହିରୀ ଓ ତାଙ୍କ ଟିମ ଏବଂ ଅନୁରାଧା ପୋଡାଓ୍ଵାଲ୍‌, ଆରତୀ ମୁଖାର୍ଜୀଙ୍କ ସହ ରାଜ୍ୟର ପ୍ରାୟ ୨୫ରୁ ଅଧିକ କଣ୍ଠଶିଳ୍ପୀ ଏଥିରେ ଯୋଗଦେବେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶେଷରେ କଳାକାରମାନଙ୍କୁ ସମ୍ମାନିତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.