Below header

ଚୀନ୍‌ରେ କରୋନା ଭାଇରସରେ ଗଲାଣି ୧୮ ଶହ ୬୮ ଜଣଙ୍କ ଜୀବନ, ସବୁ ଯୋଜନା ସତ୍ତ୍ୱେ ଅସମ୍ଭାଳ ସ୍ଥିତି

ଚୀନ୍‌: ସବୁ ଯୋଜନା ସତ୍ତ୍ୱେ ଚୀନ୍‌ରେ ଅସମ୍ଭାଳ ସ୍ଥିତି । ନିୟନ୍ତ୍ରଣର ସଂପୂର୍ଣ୍ଣ ବାହାରେ କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍‌ରେ ୧୮ ଶହ ୬୮ ଜଣଙ୍କ ଜୀବନ ଗଲାଣି । ୭୨ ହଜାରରୁ ଅଧିକ ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମେଡିକାଲରୁ ୧୨ ହଜାର ୫୫୨ ଜଣ ଡିସ୍‌ଚାର୍ଜ ହୋଇଛନ୍ତି । ଗତ ୧୪ ଘଣ୍ଟା ମଧ୍ୟରେ ୧୦୬ ଜଣ ପ୍ରାଣ ହରାଇଥିବା ବେଳେ ୨ ହଜାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ହୁବେଇ, ହେନାମ ଓ ଗଆଙ୍ଗହମ ପ୍ରଦେଶରେ ପରିସ୍ଥିତି ସଙ୍ଗୀନ ରହିଛି । ଏବେ ବି ୭ ହଜାରୁ ଅଧିକ ସଂକ୍ରମିତଙ୍କୁ ଡାକ୍ତରୀ ତତ୍ତ୍ୱାବାଧରେ ରଖାଯାଇଛି ।

virusହୁବେଇ ପ୍ରଦେଶରେ ଜାରି କରାଯାଇଥିବା କଟକଣାକୁ ଆହୁରୀ କଡାକଡି କରାଯାଇଛି । ବିନା ଜରୁରୀ କାରଣରେ ଏକାଠି ହେବାକୁ ସଂମୂର୍ଣ୍ଣ ବାରଣ କରାଯାଇଛି । ହୁବେଇର ୧୮ଟି ସହରକୁ ବନ୍ଦ ରଖାଯାଇଛି । ସେହିପରି ସଚେତନା ଓ ଭ୍ରାମ୍ୟମାଣ ତନଖି ଅଭିଯାନକୁ ଜୋରଜାର କରାଯାଇଛି । ଜାନୁଆରୀ ୨୮ରୁ ଏଯାଏଁ ସଂକ୍ରମଣ ହାର ୩୨ ଦଶମିକ ୪ରୁ କମି ଫେବୃଆରୀ ୧୫ ସୁଦ୍ଧା ୨୧ ଦଶମିକ ୬ରେ ପହଞ୍ଚିଥିବାରୁ ସାମାନ୍ୟ ଆଶ୍ୱସ୍ଥି ମିଳିଛି । ମହାମାରୀ କରୋନା ସଂକ୍ରମଣ କାରଣରୁ ଚୀନ ସଂସଦ ‘ ନ୍ୟାସନାଲ ପିପୁଲ୍ସ କଂଗ୍ରେସା ବାର୍ଷିକ ଅଧିବେଶନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.