ସାଉଥ୍ ସୁପରଷ୍ଟାର ପ୍ରଭାସ ‘ସାହୋ’ ପାଇଁ ଜିତିଲେ ନିଜ ଜୀବନର ପ୍ରଥମ ହିନ୍ଦୀ ସିନେମା ଆଓ୍ଵାର୍ଡ
ସାଉଥ ସୁପରଷ୍ଟାର ପ୍ରଭାସ ଆଜି ନିଜର ପ୍ରତିଭା ପାଇଁ ସମସ୍ତଙ୍କ ନିକଟରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଫିଲ୍ମ ‘ବାହୁବଳୀ’ ପରେ ଗତବର୍ଷ ହିନ୍ଦୀ ସିନେମା ଜଗତରେ ନିଜର ପ୍ରଥମ ଫିଲ୍ମ ‘ସାହୋ’ ରେ ନଜର ଆସିଛନ୍ତି। ସୂଚନା ମୁିତାବକ ଏହି ଫିଲ୍ମ ବକ୍ସ ଅଫିସ୍ରେ ମଧ୍ୟ ଖୁବ୍ ଭଲ ଆୟ କରିଥିଲା। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ପ୍ରଭାସ ନିଜର ପ୍ରଥମ ହିନ୍ଦୀ ସିନେମା ପୁରସ୍କାର ହାସଲ କରିଛନ୍ତି। ପ୍ରଭାସ ‘ବଳିଉଡ୍ ବିଜ୍ନେସ୍ ଆଓ୍ଵାର୍ଡ’ ରେ ‘ସାହୋ’ ପାଇଁ ସବୁଠାରୁ ଅଧିକ ଆୟ କରିଥିବା ପୁରୁଷ ଡେବ୍ୟୁ କଳାକାର ଭାବେ ନିଜ ନାଁ ରଖିଛନ୍ତି। ସୂଚନା ମୁତାବକ ୨୭ ଜାନୁଆରୀ ୨୦୨୦ ରେ ଏହି ଫିଲ୍ମ ଜାପାନରେ ରିଲିଜ୍ ହୋଇଛି।
ରିପୋର୍ଟ ଅନୁଯାୟୀ ପ୍ରଭାସ ଏବେ ନିଜର ନୂଆ ମେଗାବଜଟ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲତ୍ମରେ ପୂଜା ହେଗଡେ ତାଙ୍କର ଅପୋଜିଟ୍ରେ ନଜର ଆସିଛନ୍ତି। ରାଧା କୃଷ୍ଣକୁମାରଙ୍କ ନିର୍ଦେଶିତ ଏହି ଲଭ୍ ଷ୍ଟୋରୀର ସୁଟିଂ ଗତ ବର୍ଷ ଆରମ୍ଭ ହୋଇଥିଲା। ଏହି ଫିଲ୍ମ ପାଇଁ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଏଣ୍ଟ୍ରି କରିସାରିଛନ୍ତି। ପ୍ରଭାସ, ପୂଜା ଏବଂ ମିଥୁନଙ୍କ ବ୍ୟତୀତ ଭାଗ୍ୟଶ୍ରୀ ମଧ୍ୟ ଏହି ଫିଲମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।
ସୂଚନା ମୁତାବକ ପ୍ରଭାସଙ୍କର ଏହି ବହୁପ୍ରତିକ୍ଷିତ ଫିଲ୍ମର ନାଁ ‘ଓ ଡିୟର’ କିମ୍ବା ‘ରାଧେ ଶ୍ୟାମ’ ରଖାଯିବ। ପ୍ରଭାସ ଏହି ଫିଲ୍ମକୁ ପୁରା ଦେଶର ଦର୍ଶକଙ୍କ ସାମ୍ନାରେ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି।